ରେଫ୍ୟୁଜି ଶିବିରରେ ପ୍ରିୟଙ୍କା

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଗ୍ଲାମରସ୍ ଅବତାର ପରେ ଏବେ ଇଥିଓପିଆର ଅଦିସ ଅବାବା ରେଫ୍ୟୁଜି ଶିବିରରେ ପିସିଙ୍କୁ ଦେଖିବାକୁ ମିଳିଛି । ୟୁନିସେଫ୍ ଆମ୍ବାସଡର୍ ଭାବେ ଖୁବ୍ ସାଧାରଣ ଲୁକରେ ପିସି ଶରଣାର୍ଥୀ ଶିବିର ପହଞ୍ଚଞ୍ଚିଛନ୍ତି। ସେଠାରେ ପିସି ପିଲାଙ୍କ ସହିତ କିଛି ସମୟ କାଟିଛନ୍ତି ଏବଂ ଏହାର ଅନେକଗୁଡ଼ିଏ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର୍ ହୋଇଛି। ଏ ସମ୍ପର୍କରେ ପିସି ଇନଷ୍ଟାଗ୍ରାମରେ ଲେଖିଛନ୍ତି – ସେଠାରେ ଶିକ୍ଷାର ମାନ ଖୁବ୍ ନିମ୍ନ। ମାତ୍ର ଗୋଟିଏ ପ୍ରାଇମେରି ସ୍କୁଲ୍ ରହିଛି ଏବଂ ୮୯ ଜଣ ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ହୁବାହିରୋ ନାମକ ଜଣେ ଶରଣାର୍ଥୀ ଶିକ୍ଷକ ଭାବେ ସକାଳୁ ପ୍ରଥମରୁ ଚତୁର୍ଥ ଶ୍ରେଣୀକୁ ପଢ଼ାଉଛନ୍ତି।

ଦ୍ୱିପ୍ରହରରେ ୮ମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି। ତାଙ୍କର ମା’ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। କିନ୍ତୁ ସେମାନଙ୍କୁ ଖୁବ୍ କମ୍ ଦରମା ମିଳୁଛି। ସେଠାକାର ଆଉ ଏକ ଘଟଣା ସମ୍ପର୍କରେ ପିସି ସୂଚନା ଦେଇଛନ୍ତି ଯେ ହସିନା ନାମକ ଜଣେ ଝିଅ ଅଛନ୍ତି, ଯାହାଙ୍କ ବାହାଘର ମାତ୍ର ୧୨ ବର୍ଷ ବୟସରେ ଠିକ୍ ହୋଇଯାଇଥିଲା। ଏହି ଖବର ଶୁଣିବା ପରେ ଝିଅଟି ଘରୁ ଲୁଚି ପଳାଇ ଯାଇଥିଲା ଏବଂ ବାଲ୍ୟବିବାହକୁ ବିରୋଧ କରୁଥିବା ସଂସ୍ଥାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସଂସ୍ଥା ପକ୍ଷରୁ ଉଚିତ୍ ପଦକ୍ଷେପ ନେଇ ସେହି ବାହାଘର ବନ୍ଦ କରାଯାଇଥିଲା। ଗତବର୍ଷ ମଧ୍ୟ ପିସି ବାଂଲାଦେଶର କୋକ୍ସ୍ ବାଜାରରେ ଥିବା ରୋହିଙ୍ଗ୍ୟା ରେଫ୍ୟୁଜି କ୍ୟାମ୍ପ୍ ଯାଇଥିଲେ ଏବଂ ତାହାର କିଛି ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ।

Leave a Reply

Your email address will not be published. Required fields are marked *