ନର୍ଦଣ୍ଣ ରେଲଓ୍ବେରେ ୭୫୦ ଖାଲିସ୍ଥାନ: ରେଳ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ
ଉତ୍ତର ରେଳପଥ ( ନର୍ଦଣ୍ଣ ରେଲଓ୍ବେ) ପକ୍ଷରୁ ଏକ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଯେଉଁଥିରେ ଷ୍ଟେସନ୍ ମାଷ୍ଟର, ଗୁଡ୍ସ ଗାର୍ଡ଼, ଜୁନିୟର ଇଞ୍ଜିନିୟର, କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଟେକ୍ନିସିଆନ୍ ଏବଂ ଅନ୍ୟ ପଦବୀସବୁ ଉଲ୍ଲେଖ ରହିଛି। ରେଳବାଇରେ ଚାକିରି କରିଥିବା ନିୟମିତ ଯୋଗ୍ୟ କର୍ମଚାରୀ ତଥା ଇଚ୍ଛୁକ କର୍ମଚାରୀମାନେ ଏଥିଲାଗି ଆବେଦନ କରିପାରିବେ। ମେ ୨୭ ତାରିଖରୁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବଶ୍ୟକ ପ୍ରାଧୀକରଣ ପାଖରେ ଆବେଦନ ଦାଖଲ କରିପାରିବେ। ଏଥିଲାଗି ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୬, ୨୦୧୯। ଏହି ନିଯୁକ୍ତି ତଥା ଖାଲି ପଦବୀ ବାବଦରେ ଅଧିକ ସୂଚନା http://www.rrcnr.org/rrcnr_pdf/GDCE%20RRC%20NR%20Notification_2019.pdf ରେ ଉପଲବ୍ଧ।
ଆସନ୍ତୁ ନଜର ପକାଇବା ଏହି ବିଜ୍ଞପ୍ତିର କିଛି ସାରାଂଶ ଉପରେ।
ପଦବୀ ଏବଂ ଖାଲି ସଂଖ୍ୟା
ସମୁଦାୟ ପଦବୀ ସଂଖ୍ୟା ୭୪୯। ଅଣ ସଂରକ୍ଷିତ- ୪୦୨, ଏସ୍ସି-୧୧୪। ଏସ୍ଟି ୪୮। ଓବିସି ୧୮୫।
ଷ୍ଟେସନ୍ ମାଷ୍ଟର-୧୪୩, ଗୁଡ୍ସ ଗାର୍ଡ ୧୦, ଜୁନିୟର ଇଞ୍ଜିନିୟର-୫୮, କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ- ୧୪ , ଟେକ୍ନିସିଆନ୍-୧୩୪, ଷ୍ଟାଫ୍ ନର୍ସ-୧୧, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ- ୦୨।
ଶିକ୍ଷାଗତ ଯୋଗ୍ୟତା
ଷ୍ଟେସନ୍ ମାଷ୍ଟର- ବିଶ୍ଵବିଦ୍ୟାଳୟ ଡିଗ୍ରୀ କିମ୍ବା ତତୁଲ୍ୟ
ଗୁଡ୍ସ୍ ଗାର୍ଡ଼- ବିଶ୍ଵବିଦ୍ୟାଳୟ ଡିଗ୍ରୀ କିମ୍ବା ତତୁଲ୍ୟ
କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ- ୧୨ ପାସ୍
ଟେକ୍ନିସିଆନ୍-୧୦ମ, ଆଇଟିଆଇ
ଷ୍ଟାଫ୍ ନର୍ସ – ଜିଏନ୍ଏମ୍, ବିଏସ୍ସି
ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ- ଯେକୌଣସି ଗ୍ରାଜୁଏଟ୍
ଗୁରୁତ୍ଵପୂଣ୍ଣ ତାରିଖ:
ଘୋଷଣା ତାରିଖଽ ୧୭-୦୫-୨୦୧୯
କର୍ମଚାରୀମାନଙ୍କ ପାଇଁ ତାଙ୍କ ଆବେଦନ ଦାଖଲ କରିବାର ତାରିଖଽ ୨୭-୦୫-୨୦୧୯
ଶେଷ ତାରିଖ: ୨୬-୦୬-୨୦୧୯
ସୂଚନା: ନର୍ଦଣ୍ଣ ରେଲ୍ଓ୍ବେ, ରେଲ୍ କୋଚ୍ ଫ୍ୟାକ୍ଟ୍ରି-କପୁରଥାଲା, ମଡଣ୍ଣ କୋଚ୍ ଫ୍ୟାକ୍ଟ୍ରି- ରାୟବରେଲି ଏବଂ ଡିଜେଲ୍ ଲୋକୋ ମର୍ଡନାଇଜେନ୍ ୱର୍କପଟିଆଲାରେ କାମ କରୁଥିବା ନିୟମିତ କର୍ମଚାରୀଙ୍କ ଠାରୁ ଦରଖାସ୍ତ ନିର୍ଦ୍ଧାରିତ ଚ୍ୟାନେଲ୍ରେ ଆହ୍ବାନ କରାଯାଉଛି, ଯାହା ସାଧାରଣ ଡିପାର୍ଟମେଣ୍ଟାଲ୍ ମେଧା ପରୀକ୍ଷା ( ଜିଡିସିଇ) ମାଧ୍ୟମରେ ପୂରଣ ହେବ।
ଅଧିକ ତଥ୍ୟ ପାଇଁ ରେଲ୍ଓ୍ବେର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଅନୁରୋଧ।