ପୁରୁଷଙ୍କ ପାଇଁ ୩ଟି ବିୟୁଟି ମାସ୍କ

ବିୟୁଟି ଟିପ୍ସ କିମ୍ବା କୌଣସି ପ୍ରସାଧନ ସାମଗ୍ରୀର କଥା ଉଠିଲେ ସମସ୍ତଙ୍କ ମନରେ ପ୍ରଥମେ ମହିଳାମାନଙ୍କ କଥା ହିଁ ଆସେ । କାରଣ ସ୍କିନ୍ କେୟାର୍ କିମ୍ବା ବିୟୁଟି ମାସ୍କକୁ ପୁରୁଷମାନେ ସବୁବେଳେ ଅଣଦେଖା କରିଥାନ୍ତି । ପୁରୁଷମାନେ ନିଜ ସ୍କିନ୍ କେୟାର୍ ପ୍ରତି ସଚେତନ ନହେବା କାରଣରୁ କମ୍ ବୟସରେ ହିଁ ଚେହେରାରେ ବୟସର ଛାପ ଦେଖାଯାଇଥାଏ । ଏହାଛଡ଼ା ବ୍ରଣ, ବ୍ଲାକହେଡ୍ ଓ ବ୍ରଣଜନିତ କଳାଦାଗ ଭଳି କିଛି ସ୍କିନ୍ ସମସ୍ୟା ରହିଛି, ଯାହାକି ପୁରୁଷଙ୍କ ଠାରେ ଅଧିକ ଥାଏ । ତେଣୁ ପୁରୁଷମାନେ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖିବା ଉଚିତ୍ । ଏଥିପାଇଁ ଅନେକ କିଛି ବିୟୁଟି ମାସ୍କ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା –
୧- ଏକ ହେଲ୍ଦି ଫେସ୍ୱାସ୍ ବାଛନ୍ତୁ । ଏହାକୁ ଦିନରେ ଓ ସନ୍ଧ୍ୟାରେ ଦୁଇଥର ଭଲଭାବେ ଚେହେରାରେ ଲଗାଇ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
୨- ଫେଶୱାସ୍ କରିବା ପରେ ମଇଶ୍ଚରାଇଜର୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ତ୍ୱଚାକୁ କୋମଳ ଓ ଚମକଦାର୍ ରଖିବାରେ ସାହାଯ୍ୟ କରିଥାଏ ।
୩- ବାହାରକୁ ଯିବା ପୂର୍ବରୁ ସନସ୍କ୍ରୀନ୍ ଲୋସନ୍ ଲଗାନ୍ତୁ । ଏହା ସନ୍ବର୍ଣ୍ଣ ଓ ଚେହେରା କଳା ହେବାରୁ ରକ୍ଷା କରିଥାଏ ।

Leave a Reply

Your email address will not be published.