ପେଟଚର୍ବି କମାଇବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ

ପେଟଚର୍ବି ଓ ମୋଟାପା ଦୁଇଟି ଅଲଗା ଜିନିଷ । ଅନେକ ବ୍ୟକ୍ତି ମୋଟା ନଥିଲେ ମଧ୍ୟ ପେଟ ପାଖ ଅଧିକ ମୋଟା ଦେଖାଯାଏ । ଏହା ଶରୀରର ଆକୃତିକୁ ଅସୁନ୍ଦର କରିଥାଏ । ଏହା ବ୍ୟତୀତ ପେଟରେ ଚର୍ବି ହେବା କାରଣରୁ ଅନେକ ପ୍ରକାର ରୋଗ ମାଡ଼ି ବସିଥାଏ । ତେଣୁ ପେଟର ଚର୍ବି ସମସ୍ୟାକୁ ଦୂର କରିବା ପାଇଁ ପ୍ରତ୍ୟେକ ଦିନ କିଛି କିଛି ଏକ୍ସରସାଇଜ୍ କରିବା ସହିତ ନିଜ ଡାଏଟରେ ୩ଟି ଜିନିଷ ସାମିଲ କରିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା
୧- ଅଣ୍ଡା

ଅନେକଙ୍କର ଧାରଣା ଥାଏ ଯେ ଅଣ୍ଡା ଖାଇବା ଦ୍ୱାରା ଚର୍ବି ସୃଷ୍ଟି ହୋଇଥାଏ ଏବଂ ମୋଟାପା ଆସିଥାଏ । କିନ୍ତୁ ଏହା ଭୁଲ୍ । ଏବେ ଅନେକ ଡାଇଟିସିଆନ୍ ଓଜନ କମାଇବା ପାଇଁ ଅଣ୍ଡା ଖାଇବାର ପରାମର୍ଶ ଦେଉଛନ୍ତି । ଅଣ୍ଡାରେ ଥିବା ପ୍ରୋଟିନ୍ ଓଜନ କମାଇବା ସହ ଶରୀରକୁ ଶକ୍ତି ଦେଇଥାଏ । ତେଣୁ ବ୍ରେକଫାଷ୍ଟ୍ ହେଉ କିମ୍ବା ଲଂଚ୍, ଆପଣ ଅଣ୍ଡାକୁ ନିଜ ଡାଏଟରେ ସାମିଲ କରନ୍ତୁ
୨- ବାଦାମ୍

ସାକାହାରୀଙ୍କ ପାଇଁ ବାଦାମ୍ ସବୁଠାରୁ ଭଲ ବିକଳ୍ପ । ବାଦାମରେ ଥିବା ଫାଇବର୍, ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍ ଓ ଓମେଗା-୩ ଫ୍ୟାଟି ଏସିଡ୍ ପେଟ ଚର୍ବି କମାଇବାରେ ସାହାଯ୍ୟ କରିଥାଏ । ଏହା ସହିତ ଶରୀରକୁ ଏକ୍ସଟ୍ରା କ୍ୟାଲୋରୀ ମଧ୍ୟ ଦେଇଥାଏ । କିନ୍ତୁ ପ୍ରତିଦିନ ବାଦାମ୍ ୯-୧୦ଟି ବାଦାମ୍ ହିଁ ଖାଆନ୍ତୁ ।
୩- ପେଟର ଚର୍ବି କମାଇବାକୁ ଚାହୁଁଥିଲେ ନିଜ ଖାଦ୍ୟ ତାଲିକାରେ ବିନ୍ସ, ଝୁଡ଼ଙ୍ଗ ଓ ସିମ୍ବକୁ ସାମିଲ କରନ୍ତୁ ।

Leave a Reply

Your email address will not be published.