ସାବଧାନ ୪୭ ଟପିପାରେ ଆଜିର ତାତି, ସଞ୍ଜବେଳେ କାଳ ବୈଶାଖୀ

ଭୁବନେଶ୍ଵର, (ଓଟି) : ବଢ଼ି ଚାଲିଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ପାଣିପାଗ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଆଜି ତାପମାତ୍ରା ୪୭ ଡିଗ୍ରୀ ପାର କରିବା ଆଶଙ୍କା ବ୍ୟକ୍ତ କରାଯାଇଛି। ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ପରିସ୍ଥିତି ଅସହ୍ୟ ହୋଇପାରେ। ୨୮ ତାରିଖ ଯାଏ ସାଧାରଣ ତାପମାତ୍ରାଠାରୁ ସାଢ଼େ୪ରୁ ସାଢ଼େ ୬ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ତାପମାତ୍ରା ରହିବା ଆଶଙ୍କା ରହିଛି। ନହେଲେ ୪ ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଆଶଙ୍କା କରାଯାଇଛି।

ଏହାବାଦ୍‌ ଆଜି ସନ୍ଧ୍ୟା ତଥା ଏହି ସମୟ ସୀମାରେ ରାଜ୍ୟର କିଛିସ୍ଥାନରେ କାଳବୈଶାଖୀ ହେବା ଆଶଙ୍କା ବି ରହିଛି। ଏହା ହେଲେ ଆସନ୍ତା କାଲି ତାପମାତ୍ରା ସାମାନ୍ୟ କମିପାରେ। କିନ୍ତୁ ପୁଣିଥରେ ତାପମାତ୍ରା ବଢ଼ିବା ଆଶଙ୍କା ବି ରହିଛି।

ବର୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୨ ତାରିଖ ଯାଏ ହିଟ୍‌ୱେଭ୍‌ ସତର୍କତା ଜାରି କରାଯାଇଛି। ୨୦ରୁ ୨୨ ତାରିଖ ଲାଗି ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ପାଇଁ ସତର୍କ ସୂଚନା ଜାରି ହୋଇଛି। ବୟସ୍କ ଓ ଶିଶୁମାନେ ତାତିରୁ ଦୂରେଇ ରହିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ତେବେ ୨୪ ତାରିଖ ଯାଏ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ବୁଲେଟିନ୍‌ରେ ଦିନବେଳେ ସତର୍କ ରହିବା ତଥା ସିଧାସଳଖ ଖରାରେ ବୁଲିବାଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଷ୍ଟ୍ରୋକ୍‌, ଡିହାଇଡ୍ରେସନ୍‌ ଆଶଙ୍କା ରହିଛି। ବିଶେଷକରି ଛୋଟ ପିଲା, ମହିଳା, ବୁଢ଼ାବୁଢ଼ୀଙ୍କ ପାଇଁ ଅଏା ବିପଜ୍ଜନକ ହୋଇପାରେ।

ସୋମବାର ସକାଳର ରେକର୍ଡ଼ ଅନୁସାରେ ଗଲଶ ୨୪ ଘଣ୍ଟା ଭିତରେ ଟିଟିଲାଗଡ଼ ତାପମାତ୍ରା ୪୪.୫ ଡିଗ୍ରିରେ ପହଞ୍ଚିଛି। ସମ୍ବଲପୁରରେ ୪୪.୪, ବଲାଙ୍ଗୀର ଓ ସୋନପୁରରେ ୪୪ ଡିଗ୍ରି ରହିଥିଲା। ମୋଟ ୧୧ଟି ସହରର ତାପମାତ୍ରା ୪୧ ଡିଗ୍ରି ଉପରେ ଥିଲା।

୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳର ଗୋଟିଏ ଦୁଇଟି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ। ସେହିପରି ୨୫ ତାରିଖରେ ତାତି ହେଲେ ମଧ୍ୟ ଉପକୂଳ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି।

Leave a Reply

Your email address will not be published.