‘ଦେ ଦେ ପ୍ୟାର୍ ଦେ’: କାହାଣୀ ଓ ଦର୍ଶକଙ୍କ ମତାମତ

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ‘ଦେ ଦେ ପ୍ୟାର୍ ଦେ’, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅକିବ ଅଲ୍ଲୀ । ଏହି ରୋମାଣ୍ଟିକ୍ କମେଡ଼ି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଜୟ ଦେବଗନ୍, ତବୁ, ରକୁଲ୍ ପ୍ରିତ୍ ସିଂ, ଜିମି ସେରିଗଲ୍, ଜାଭେଦ୍ ଜାଫ୍ରି ଓ ଆଲୋକନାଥ । ଅଜୟ, ତବୁ ଓ ରକୁଲ୍ଙ୍କ ଭିତରେ ଥିବା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମ ଆଗକୁ ବଢିଛି । କାହାଣୀ ଅନୁଯାୟୀ ୫୦ ବର୍ଷୀୟ ଅଜୟ ଲଣ୍ଡନରେ ଏକୁଟିଆ ରହୁଛନ୍ତି । ଅଜୟଙ୍କ ପତ୍ନୀ ତବୁ ଓ ଦୁଇଜଣ ସନ୍ତାନ ଅଜୟଙ୍କ ବାପା ମା’ଙ୍କ ସହିତ ଭାରତରେ ଅଛନ୍ତି । ଲଣ୍ଡନରେ ଅଜୟ ତାଙ୍କ ସାଙ୍ଗର ପାର୍ଟିରେ ରକୁଲଙ୍କୁ ଭେଟନ୍ତି ଏବଂ ତା’ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠେ ।

କିଛିଦିନ ପରେ ଅଜୟ ରକୁଲଙ୍କ ସହିତ ଭାରତ ଫେରନ୍ତି । ଏହାପରେ ଅଜୟ ତାଙ୍କ ପରିବାର ପାଖରେ ରକୁଲଙ୍କ ପରିଚୟ କ’ଣ ଦିଅନ୍ତି ଏବଂ କାହାଣୀରେ କ’ଣ ସବୁ କମେଡ଼ି ଟୁଇଷ୍ଟ୍ ସୃଷ୍ଟି ହୁଏ, ତାହା ଜାଣିବାକୁ ହେଲେ ଆପଣଙ୍କୁ ଫିଲ୍ମଟି ଦେଖିବାକୁ ପଡ଼ିବ । ଓପନିଙ୍ଗ୍ ଡେ’ରେ ଏହା ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଛି । କାହାଣୀର ଶେଷ ପର୍ଯ୍ୟନ୍ତ ଥିବା କମେଡ଼ି ଦୃଶ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ସିନେ ସମୀକ୍ଷକଙ୍କ ପକ୍ଷରୁ ଫିଲ୍ମକୁ ୫ ଅଙ୍କରୁ ୩.୫ ଅଙ୍କ ମିଳିଛି । ବକ୍ସ ଅଫିସରେ ଏହାର ବ୍ୟବସାୟ ଅଧିକ ହେବ ବୋଲି ଟ୍ରେଡ୍ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *