ଫ୍ୟାମିଲି ଭେକେସନ୍ ପ୍ଲାନିଙ୍ଗ୍ କରୁଥିଲେ ଜାଣିରଖନ୍ତୁ କିଛି ଟିପସ୍
ରବିବାର ହେଉ କିମ୍ବା କୌଣସି ଲମ୍ବା ଛୁଟି, ସମସ୍ତେ ନିଜ ପରିବାର ସହିତ ଛୁଟି କାଟିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଛୁଟି କଟାଇବାକୁ ବାହାରକୁ ଯାଉଛନ୍ତି, ତାହେଲେ କିଛି ଟିପସ୍ ଜାଣିରଖିବା ଆବଶ୍ୟକ । ଏହା ଆପଣଙ୍କ ଛୁଟିର ମଜାକୁ ଦ୍ୱିଗୁଣିତ କରିବ । ତେବେ ଆସନ୍ତୁ ଜାଣିବା –
୧- ପିଲାମାନଙ୍କ ଖୁସିକୁ ପ୍ରାଧାନ୍ୟ ଦିଅନ୍ତୁ । ପିଲାମାନଙ୍କର ଛୋଟ ଛୋଟ ଇଚ୍ଛାକୁ ପୁରଣ କରନ୍ତୁ । ୨-୩ ବର୍ଷର ଛୁଆକୁ ନେଇ ଭେକେସନରେ ଯାଉଥିଲେ ତାଙ୍କର ଖେଳକୁଦକୁ ଅଧିକ ଉପଭୋଗ କରନ୍ତୁ ।
୨- ପୁରା ପରିବାର ଅଧିକ ଦିନ ପାଇଁ ଛୁଟିରେ ଗଲେ ଲଗେଜ୍ ସମସ୍ୟା ଥାଏ । ତେଣୁ ଆପଣ ଯେଉଁଠିକୁ ଯାଉଛନ୍ତି, ସେଠାରେ ଏକ ସୁବ୍ୟବସ୍ଥିତ ଭଡ଼ାଘର ପୂର୍ବରୁ ଠିକ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଅଧିକ ଲଗେଜ୍ ସମସ୍ୟା ରହିବ ନାହିଁ ।
୩- ଭେକେସନରେ ଥିବା ସମୟରେ ପିଲାମାନଙ୍କୁ ମୋବାଇଲ୍ ଓ ଅନ୍ୟାନ୍ୟ ଭିଡିଓ ଗେମ୍ କିମ୍ବା ଗେଜେଟ୍ ଠାରୁ ଦୂରେଇ ରଖନ୍ତୁ । ନୂଆ ନୂଆ ଜାଗା ବୁଲାଇ ବିଭିନ୍ନ ପ୍ରକାର ନୂଆ ଜିନିଷ ପ୍ରତି ଅବଗତ କରାନ୍ତୁ ।
୪- ଆପଣ ଯେଉଁଠିକୁ ଯାଉଛନ୍ତି, ସେହି ସ୍ଥାନର ସ୍ଥାନୀୟ ପରମ୍ପରା ଓ ଦୈନନ୍ଦିନ ଚାଲିଚଳନୀ ପ୍ରତି ପିଲାଙ୍କୁ ବୁଝାନ୍ତୁ ଏବଂ ନିଜେ ମଧ୍ୟ ସଚେତନ ରହନ୍ତୁ ।
୫- ସବୁବେଳେ ପିଲାଙ୍କ ଔଷଧ ନିଜପାଖରେ ରଖନ୍ତୁ ।
୬- ଅଧିକ ସପିଙ୍ଗ୍ କରନ୍ତୁ ନାହିଁ କିମ୍ବା କିଛି ଭାରୀ ଜିନିଷ ଓ କାଚ ଜିନିଷ କିଣି ଆଣନ୍ତୁ ନାହିଁ ।