ପୂର୍ବତନ କୋଲକତା ପୁଲିସ ମୁଖ୍ୟଙ୍କ ଉପରୁ ଗିରଫ ରହିତାଦେଶ ଉଠାଇଲେ ସୁପ୍ରିମ୍‌କୋର୍ଟ

ବହୁ ଚର୍ଚିତ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା କୋଲକତା ପୁଲିସ ମୁଖ୍ୟଙ୍କ ଉପରେ ଥିବା ଆଭ୍ୟନ୍ତରୀଣ ଗିରଫ ରହିତାଦେଶକୁ ଉଠାଇ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ୭ ଦିନ ଭିତରେ ଉଦ୍ଦିଷ୍ଟ ମଞ୍ଚରେ ନିଜର ଆଭିମୁଖ୍ୟ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।

ଶାରଦା ଚିଟ୍‌ଫଣ୍ଡ କାରବାରରେ ଗୁରୁତ୍ଵପୂଣ୍ଣ ତଥ୍ୟ ହାସଲ ଲାଗି କୋଲକାତା ପୁଲିସର ତତ୍‌କାଳୀନ ମୁଖ୍ୟ ରାଜୀବ କୁମାରଙ୍କୁ ବିଚାରବିଭାଗୀୟ ହାଜତକୁ ନେଇ ପଚରାଉଚରା କରିବା ଉପରେ ସୁପ୍ରିମ୍‌କୋର୍ଟ ଲଗାଇଥିବା ମଧ୍ୟବର୍ତ୍ତୀମାଳୀନ ପ୍ରତିବନ୍ଧକ ଉଠାଇବା ଲାଗି ସିବିଆଇ ଆବେଦନ କରିଥିଳେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗଇଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ଶ୍ରୀ କୁମାରଙ୍କ ଉପରୁ ଗିରଫ ରହିତାଦେଶକୁ ଉଠାଇ ନେଇଛନ୍ତି।

ବିଜେପିର ଦୁଇ ନେତାଙ୍କ ପ୍ରରୋଚନାରେ ଆସି ସିବିଆଇ ତାଙ୍କ ଉପରେ ଦାଉ ସାଧୁଛି ବୋଲି ଅଭିଯୋଗ କରିଥିଲେ ଶ୍ରୀ କୁମାର। ଏଣୁ ତାଙ୍କ ଗିରଫ ଆଦେଶ ଉପରେ ରହିତାଦେଶ ପାଇଁ ଦାବି କରିଥିଲେ। ଏଥିରେ ତାଙ୍କ ଆବଦେନକୁ ସକରାତ୍ମକ ଦିଗ ମିଳିଥିଲା।

Leave a Reply

Your email address will not be published.