ଅଯୋଧ୍ୟା ମାମଲା: ମଧ୍ୟସ୍ଥି ପ୍ୟାନେଲ୍ଙ୍କୁ ଅଗଷ୍ଟ ୧୫ ଯାଏ ମହଲତ
ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ୍ ବିବାଦ ମାମଲାରେ ଶାନ୍ତିପୂଣ୍ଣ ସମାଧାନ ଆଣିବା ଲାଗି ଗଠିତ ତିନିଜଣିଆ କମିଟିକୁ କୋର୍ଟ ଅଧିକ ସମୟ ଦେଇଛନ୍ତି। ବିଭିନ୍ନ ପକ୍ଷ ସହ ଆଲୋଚନା କରି ରିପୋର୍ଟ ରଖିବା ତଥା ଏକ ସମାଧାନର ରାସ୍ତା କାଢ଼ିବା ପାଇଁ ଅଗଷ୍ଟ ୧୫ ଯାଏ ଏହି ସମୟସୀମାକୁ ବୃଦ୍ଧି କରିଛନ୍ତି ସୁପ୍ରିମ୍କୋର୍ଟ।
ମାଚ୍ର୍ଚ ୮ ତାରିଖରେ ଏହି କମିଟି ଗଠନ କରାଯାଇଥିଲା। ଜଷ୍ଟିସ୍ ଇବ୍ରାହିମ୍ କାଲିଫୁଲ୍ଲାଙ୍କ ନେତୃତ୍ଵରେ ଗଠିତ ଏହି ପ୍ୟାନେଲ୍ରେ ସଂସ୍କାର ଗୁରୁ ରବିଶଙ୍କର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ସଦସ୍ୟଭାବେ ଗ୍ରହଣ କରାଯାଇଛି। ଏହି ତିନିଜଣଙ୍କ ଆଲୋଚନାରେ ଏକ ପ୍ରାରମ୍ଭିକ ରିପୋର୍ଟ କୋର୍ଟଙ୍କ ପାଖଷର ମେ ୬ ତାରିଖରେ ଦାଖଲ କରାଯାଇଥିଲା। ଯାହାକୁ ବିଚାରକୁ ନେଇ ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇଙ୍କ ନେତୃତ୍ଵରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିଛନ୍ତି। ୬ ମିନିଟ୍ର ଏହି ଶୁଣାଣିରେ ମୁଖ୍ୟ ବିଚାରପତି କମିଟିର କାର୍ଯ୍ୟଧାରାକୁ ସକରାତ୍ମକ ବୋଲି କହିଛନ୍ତି।
ମାର୍ଚ ୮ ତାରିଖରେ ଏହି କମିଟି ଗଠନ ପାଇଁ ସୁପ୍ରିମ୍କୋର୍ଟ କହିଥିଲେ। ଦୁଇମାସ ଭିତରେ ଏକ ସମାଧାନର ରାସ୍ତା ବାହାର କରିବାକୁ ମଧ୍ୟ ଆଦେଶ ଦେଇଥିଲେ।