୧୨ରୁ ଟ୍ରେନ୍‌ ଚଳାଚଳ ହେବ ସ୍ଵଭାବିକ

ଭୁବନେଶ୍ଵର, (ଓଟି): ବାତ୍ୟା ‘ଫୋନି’ ପରେ ଧୀରେ ଧୀରେ ଟ୍ରେନ୍‌ ଚଳାଚଳକୁ ସଜାଡ଼ୁଥିବା ପୂର୍ବତଟ ରେଳବାଇ ୧୨ ତାରିଖଠାରୁ ସ୍ଵଭାବିକ ହୋଇପାରିବ ବୋଲି ଆଶା ପ୍ରକାଶ କରିଛି। ଶୁକ୍ରବାର ଏ ସମ୍ବନ୍ଧରେ ଗଣମାଧ୍ୟମକୁ ସୂଚନା ଦେଇ ଏହାର ଜନସମ୍ପର୍କ ଅଧିକାରୀ କହିଛନ୍ତି, ‘ଆଜିଠୁ ମେମୁ’ ଟ୍ରେନ୍‌ ଚଳାଚଳ କରିଛି। ପୁରୀ-ତାଳଚୋ ଏବଂ ପୁରୀ-ଅନୁଗୁଳ ଦୁଇଟି ମେମୁ ଟ୍ରେନ୍‌ ଚାଲିଲା। ମାତ୍ର ୪ଟି ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଛାଡ଼ିଲେ ବାକି ସବୁଟ୍ରେନ୍‌ ଚଳାଚଳ କରୁଛି ଏବଂ ୧୨ ତାରିଖରୁ ସ୍ଵଭାବିକ ପରିସ୍ଥିତି ଫେରିବ’।

ଏବେ ମାତ୍ର ୪ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ପୁରୀରୁ ବାତିଲ କରାଯାଇଛି। ସେଗୁଡ଼ିକ ହେଲା, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ପୁରୀ-ତିରୁପତି, ଏବଂ ପୁରୀ ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌।

ବାତ୍ୟା ଫୋନିର କରାଳ ରୂପ ଏବଂ ପରବର୍ତ୍ତୀ ବିପର୍ଯ୍ୟୟ ହେତୁ ରେଳ ବିଭାଗ ପକ୍ଷରୁ ପାଖାପାଖି ୧୫୦ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିଲା। ଏପରିକି ପୁରୀ- ଖୋର୍ଦ୍ଧାରୋଡ୍‌ ମଧ୍‌ୟରେ ଟ୍ରେନ୍‌ ଚଳାଚଳ ସମ୍ପୂଣ୍ଣ ବାଧା ପାଇଥିଲା। ୧୦ ତାରିଖ ପୂର୍ବରୁ ପୁରୀକୁ କୌଣସି ଟ୍ରେନ୍‌ ଚଳାଚଳ କରିବା ସମ୍ଭବ ହୋଇ ନପାରେ ବୋଲି ପୂବ;ତଟ ରେଳବାଇ କର୍ତ୍ତୃପକ୍ଷ ଆଶଙ୍କା କରିଥିଲେ। କିନ୍ତୁ ରେଳବାଇ ଇଞ୍ଜିନିୟରିଂ ବିଭାଗର କାର୍ଯ୍ୟଦକ୍ଷତା ଓ ସହଯୋଗ ହେତୁ ଧୀରେ ଧୀରେ ପୁରୀକୁ ଟ୍ରେନ୍‌ ଚଳାଚଳ କରିଥିଲା। ଏକ୍ସେପ୍ରେସ୍‌ ପରେ ପାସେଞ୍ଜର ଟ୍ରେନ୍‌ ଚଳାଇଥିଲେ। ଆଜି ମେମୁ ଟ୍ରେନ୍‌ ଚଳାଚଳ କରିଛି।

ଗୁରୁବାରଦିନ ପୁରୀରୁ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌, ପୁରୀ-ହାଓଡ଼ା ଏକ୍ସପ୍ରେସ୍‌ ଏବଂ ପୁରୀ-ହଟିଆ ତପସ୍ଵିନୀ, ପୁରୀ-ସିଆଲ୍‌ଦା ଦୂରନ୍ତୋ ଏକ୍ସପ୍ରେସ୍‌କୁ ପୁରୀଠାରୁ ଯାତ୍ରା ଆରମ୍ଭ କରିବା ପାଇଁ ଅନୁମତି ମିଳିଥିଲା।

ଯୁଦ୍ଧକାଳୀନ ଭିତ୍ତିରେ ପୁରୀକୁ ଟ୍ରେନ୍‌ ଚଳାଚଳ ସ୍ଵଭାବିକ କରାଇବା ପାଇଁ ଚେଷ୍ଟା ଚାଲିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.