ଫୋନୀର ଲ୍ୟାଣ୍ଡଫଲ୍‌ ଆରମ୍ଭ

ଭାରତ ଇତିହାସରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ଫୋନୀ’ର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି। ସକାଳ ୭ଟା ସମୟରେ ଏହା ପୁରୀ ନିକଟଟବର୍ତ୍ତୀ ସ୍ଥାନ ସ୍ପର୍ଶ କରୁଛି ବୋଲି ଜଳବାୟୁ ବିଶେଷଜ୍ଞ ତଥା ଲେଖକ ଏରିକ୍‌ ହୋଲ୍‌ଥାସ୍‌ ତାଙ୍କ ଟ୍ବିଟ୍‌ରେ ଜଣାଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ୪ନମ୍ବର ବର୍ଗ ଭିତରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଭାରତରେ ଏକ ଶକ୍ତିଶାଳୀ ଲ୍ୟାଣ୍ଡଫଳ୍‌ ବୋଲି ସେ କହିଛନ୍ତି।

ଏହି ବାତ୍ୟା ଆମେରିକାରେ ଅନୁଭୂତ ୫ ନମ୍ବର ଝଡ଼ବାତ୍ୟା ହରିକେନ୍‌ ଭଳି ଶକ୍ତିଶାଳୀ ବୋଲି ଜଳବାୟୁ ବିଜ୍ଞାନୀ ଜେଫ୍‌ ଫରଗ୍ରନ୍‌ କହିଛନ୍ତି।

ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ, ସକାଳ ସାଢ଼େ ପାଞ୍ଚଟା ସୁଦ୍ଧା ଗୋପାଳପୁରର ଦକ୍ଷିଣ ପୂର୍ବ ଦିଗରେ ୬୫ କିଲୋମିଟର ଦୂର ଏବଂ ପୁରୀଠାରୁ ୧୧୦ କିଲୋମିଟିର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ଏହି ବାତ୍ୟାର କେନ୍ଦ୍ରବିନ୍ଦୁ ରହିଛି। ଆଜି ପୂର୍ବାହ୍ଣରେ ଏହା ପୁରୀ ଉପକୂଳ ପାର କରିବ।

ଫୋନୀର ପ୍ରଭାବରେ ପବନର ବେଗ ୧୮୫ରୁ ୧୯୫ କିଲୋମିଟର ରହିଛି। ଅନେକ ସ୍ଥାନରେ ଏହା ୨୦୫ କିଲୋମିଟର ବୋଲି କହିଯାଇଛି। ଏହାର ପ୍ରଭାବରେ ପୁରୀରେ ଗଲା ୨୪ ଘଣ୍ଟା ଭିତରେ ୯ ସେଣ୍ଟିମିଟର, କଳିଙ୍ଗପଟନମ୍‌ରେ ୯ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି

ସକାଳ ୭ଟା ବେଳେ ଗୋପାଳପୁରଠାରେ ପବନର ଘଣ୍ଟାପ୍ରତି ବେଗ ୧୦୫ କିଲୋମିଟରକୁ ଟପିଛି। ସେଠାରେ ୧୩୫ ମିମି ବର୍ଷା ରେକର୍ଡ଼ କରାଯାଇଛି।

Leave a Reply

Your email address will not be published.