ଫନି ଚିନ୍ତା: ସ୍ଵତନ୍ତ୍ର ଶାଲିମାର ଟ୍ରେନ୍ ସହ ହାଓଡ଼ା ପାଇଁ ୨ ଅତିରିକ୍ତ ଟ୍ରେନ୍ ଘୋଷଣା
ପୁରୀରୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ସୁବିଧାରେ କଲିକତା ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଦିନ ୧୨ଟାରେ ସ୍ଵତନ୍ତ୍ର ଶାଲିମାର ଟ୍ରେନ୍ ପୁରୀ ଷ୍ଟେସନ୍ ଛାଡ଼ିବ। ଏହା ସହ ପୁରୀରୁ ହାଓଡ଼ା ଅଭିମୁଖେ ପ୍ରତି ତିନି ଘଣ୍ଟା ଅନ୍ତରରେ ଦୁଇଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ। ଏହି ଦୁଇ ଟ୍ରେନ୍ ଦିନ ୩ଟା ଏବଂ ସନ୍ଧ୍ୟା ୬ଟାରେ ପୁରୀ ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ତିନୋଟି ଯାକ ଟ୍ରେନ୍ ଖୋଦ୍ଧାର୍ର୍ରୋଡ୍, ଭୁବନେଶ୍ଵର, କଟକ, ଯାଜପୁର, କେନ୍ଦୁଝରରୋଡ୍, ଭଦ୍ରକ, ବାଲେଶ୍ଵର ଏବଂ ଖଡ଼ଗପୁରରେ ରହଣୀ କରିବ। ଏଣୁ ଏହାର ସୁବିଧା ନେବା ପାଇଁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।