ଦିଗବିଜୟଙ୍କ ବିଜୟ ପାଇଁ୫ କ୍ୱିଣ୍ଟାଲ ନାଲି ଲଙ୍କାରେ କରିବେ ଯଜ୍ଞ
ହାରିଗଲେ ସମାଧି ନେବେ ଏହି ସନ୍ଥ
ଭୋପାଳ ଲୋକସଭା ଆସନ ଲଢେଇ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। କଂଗ୍ରେସ ପକ୍ଷରୁ ଦଳର ମହାସଚିବ ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ମଇଦାନରେ ଥିଲାବେଳେ ତାଙ୍କର ମୁକାବିଲା ହେଉଛି ହିନ୍ଦୁତ୍ୱର ନୂଆ ଚେହେରା ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ସହ। ଉଭୟ ପ୍ରାର୍ଥୀଙ୍କ ସମର୍ଥନରେ ନୂଆନୂଆ ଦାବି ମଧ୍ୟ ଉପସ୍ଥାପିତ କରାଯାଉଛି।

ଦିଗିଙ୍କ ସମର୍ଥନରେ ତାଙ୍କ ବିଜୟ ପାଇଁ ପଞ୍ଚାୟତ ଶ୍ରୀନିରଞ୍ଜନୀ ଆଖଡା ମହାମଣ୍ଡଳେଶ୍ୱର ଶ୍ରୀବୈରାଗ୍ୟନନ୍ଦ ଗିରି ମହାରାଜ ଏକ ବଡ଼ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ, ଦିଗବିଜୟଙ୍କ ପାଇଁ ଆମେ ଏକ ଲଙ୍କା ଯଜ୍ଞ କରିବାକୁ ଯାଉଛୁ। ଯଦି ସେ ନିର୍ବାଚନରେ ହାରିଯାଆନ୍ତ ତେବେ ମୁଁ ସେହି ଯଜ୍ଞରେ ସମାଧୀ ନେବି।
ସେ କହିଛନ୍ତି ଆଜି ରାଜନୀତି ପାଇଁ ଆମ ସନାତନ ଧର୍ମକୁ ବଣ୍ଟାଯାଉଛି। ଧର୍ମକୁ ନେଇ ରାଜନୀତି କରାଯିବା ଠିକ ନୁହେଁ। ଦିଗବିଜୟଙ୍କ ସହ ଭାରତର ସବୁ ସନ୍ଥମାନେ ଅଛନ୍ତି। ତାଙ୍କ ବିଜୟ ନେଇ ୫ ତାରିଖରେ ମା’କାମାକ୍ଷାଙ୍କ ନିକଟରେ ୫ କ୍ୱିଣ୍ଟାଲ ନାଲି ଲଙ୍କାରେ ଯଜ୍ଞ କରାଯିବ। ମୁଁ ଦାବି କରୁଛି ଏହି ଯଜ୍ଞ କାରଣରୁ ସେ ନିଶ୍ଚିତ ବିଜୟଲାଭ କରିବେ। ଯଦି କୌଣସି କାରଣରୁ ସେ ହାରିଯାଆନ୍ତି ତେବେ ମୁଁ ପ୍ରତିଜ୍ଞା କରୁଛି ଯେ, ମୁଁ ସେହି ଜାଗାରେ ସମାଧୀ ନେବି।