‘ଲକ୍ଷ୍ମୀ ବମ୍’ ନେଇ ଆସୁଛନ୍ତି ଅକ୍ଷୟ
ଖିଲାଡ଼ି କୁମାର ଅକ୍ଷୟ ସବୁବେଳେ କିଛି ନା କିଛି ନୂଆ କରିବାରେ ସିଦ୍ଧହସ୍ତ । ଆକ୍ସନ୍ ସହିତ କମେଡ଼ି କରିବାରେ ଅକି ଅତୁଳନୀୟ । ତେବେ ଏହି ଧାରାରେ ଅକି ତାଙ୍କ ପ୍ରଶଂସକଙ୍କ ପାଇଁ ‘ଲକ୍ଷ୍ମୀ ବମ୍’ ନେଇ ଆସୁଛନ୍ତି । ‘ଭୁଲଭୁଲେୟା’ ପରେ ଏହା ଅକ୍ଷୟଙ୍କର ଦ୍ୱିତୀୟ ହରର୍ କମେଡ଼ି ଫିଲ୍ମ ଭାବେ ମୁକ୍ତିଲାଭ କରିବ । ଏଥିରେ ଅକ୍ଷୟଙ୍କ ଅନସ୍କ୍ରୀନ୍ ନାୟିକା ଭାବେ କିୟାରା ଆଡଭାନୀଙ୍କୁ ସାଇନ୍ କରାଯାଇଛି । ‘ହରର୍ ଫିଲ୍ମ ‘କଂଚନା’ ସିରିଜର ହିନ୍ଦୀ ରିମେକ୍ ଭାବେ ଏହାକୁ ପ୍ରସ୍ତୁତ କରାଯାଉଛି ।
ଫିଲ୍ମର ସୁଟିଂ ଏକ ଗୀତରୁ ଆରମ୍ଭ ହୋଇସାରିଛି । ଏହି ଗୀତ ଅକ୍ଷୟଙ୍କୁ ନେଇ ସୁଟ୍ କରାଯାଇଛି । ‘ବିସମିଲ୍ଲାହ…’ ନାମକ ଏହି ଗୀତର ସୁଟିଂ ମୁମ୍ବାଇର ବୋରିବଲି ଠାରେ କରାଯାଇଛି । ଏଥିରେ ହହର୍ କ୍ରିଏଟ୍ କରିବା ଭଳି ସେଟ୍ ଲଗାଯାଇଥିଲା ଏବଂ ଅକ୍ଷୟ ଏହାର ସୁଟିଂ ପୁରଣ କରିଛନ୍ତି । ରୋହିତ୍ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ସାରିବା ପରେ ଅକ୍ଷୟ ‘ଲକ୍ଷ୍ମୀ ବମ୍’ର ବଳକା ସୁଟିଂ ଆରମ୍ଭ କରିବେ । ଆଗାମୀ ସେପ୍ଟେମ୍ବର ମାସର ଶେଷ ସୁଦ୍ଧା ଏହାର ସୁଟିଂ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଏବଂ ଆସନ୍ତା ୨୦୨୦ରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।