ସନବର୍ଣ୍ଣରୁ ମୁକ୍ତି ଦେବ ଏହି ୩ଟି ବିୟୁଟି ମାକ୍ସ
ଖରାଦିନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ତ୍ୱଚା । ବ୍ରଣଠାରୁ ଆରମ୍ଭ କରି ସନବର୍ଣ୍ଣ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ କରିବା ପାଇଁ ସବୁ ସମୟରେ ସନସ୍କ୍ରୀନ୍ କ୍ରୀମ୍ ଲଗାଇବା ସମ୍ଭବ ନୁହେଁ । ଏହାଛଡ଼ା ଅଧିକ ପରିମାଣରେ ସନସ୍କ୍ରିନ୍ ଲଗାଇବା ମଧ୍ୟ ତ୍ୱଚା ପାଇଁ ଠିକ୍ ନୁହେଁ । ଅଧିକ କ୍ରୀମ୍ ଲଗାଇବା ଦ୍ୱାରା ତ୍ୱଚାର ଚମକ ଓ କୋମଳତା ନଷ୍ଠ ହୋଇଥାଏ । ତେଣୁ ନ୍ୟାଚୁରାଲ୍ ବିୟୁଟିପ୍ରଡକ୍ଟ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ । ସହଜରେ ଆପଣ ୪ ପ୍ରକାର ବିୟୁଟି ପ୍ରଡକ୍ଟ ପ୍ରସ୍ତୁତ କରିପାରିବେ ।
ତେବେ ଆସନ୍ତୁ ଜାଣିବା –
୧- ଖଣ୍ଡେ ତାଜା ତରଭୂଜକୁ ଗ୍ରାଇଣ୍ଡ୍ କରି ସେଥିରେ ଦହି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଏହାକୁ ୧୫-୨୦ ମିନିଟ୍ ତ୍ୱଚାରେ ଲଗାଇ ରଖନ୍ତୁ । ଏହାପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ ।
୨- ଆଲୋବେରା ରସରେ ଲେମ୍ବୁ ମିଶାଇ ମୁହଁ ଓ ସନବର୍ଣ୍ଣ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ଅଧଘଣ୍ଟା ରଖି ଉଷୁମ ପାଣିରେ ଧୁଅନ୍ତୁ ।
୩- ପୁଦିନା ଓ ମୁଲତାନୀ ମାଟିରେ କୁଲିଙ୍ଗ୍ ପ୍ରପର୍ଟି ଅଧିକ ଥିବାରୁ ଏହାର ଏକ ପେଷ୍ଟ୍ ପ୍ରସ୍ତୁତ କରି ଚେହେରାରେ ଲଗାନ୍ତୁ । ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ତାହାକୁ ଧୋଇ ଦିଅନ୍ତୁ । କିନ୍ତୁ ଧୋଇବା ସମୟରେ କେବେ ମଧ୍ୟ ସାବୁନ୍ କିମ୍ବା ଫେସୱାସ୍ ବ୍ୟବହାର କରନ୍ତୁ ନାହିଁ ।