ଜେଏସପିଏଲର ସଫଳତା : ୪ମାସ ପୂର୍ବରୁ ପୁରା କଲା ରେଳବାଇ ଅର୍ଡର
ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୁରା କରଛି । ଜୁଲାଇ ୨୦୧୮ରେ, ଏକ ଆନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ଭାରତୀୟ ରେଳବାଇକୁ ୯୭,୪୦୦ ଟନ୍ ଲମ୍ବା ରେଳ ଲାଇନ୍ ଯୋଗାଇବା ନିମନ୍ତେ ଜେଏସପିଏଲ ଅର୍ଡର ହାସଲ କରିଥିଲା । ନିର୍ଦ୍ଧାରିତ ସମୟମୀମାର ଚାରିମାସ ପୂର୍ବରୁ ଅର୍ଡର ମୁତାବକ ସମସ୍ତ ରେଳ ଲାଇନ୍ ଯୋଗାଇ ଦେଇ, ଜେଏସପିଏଲ ତାର ପାରିଦର୍ଶିତା ପ୍ରଦର୍ଶନ କରିପାରିଛି ।
ସମୁଦାୟ ୨୫୦୦ ଟଙ୍କାର ଏହି ଆନ୍ତର୍ଜାତୀୟ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱର ୭ଟି ପ୍ରମୂଖ ରେଳଲାଇନ୍ ନିର୍ମାତା ଯୋଗ ଦେଇଥଲେ ମଧ୍ୟ, ଜେଏସପିଏଲ ଏକମାତ୍ର ଭାରତୀୟ ଘରୋଇ କମ୍ପାନୀ ଭାବରେ, ୨୦ ପ୍ରତିଶତ ରେଳଲାଇନ୍ ଯୋଗାଇ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଏକ ବର୍ଷ ମଧ୍ୟରେ ଏହି ଅର୍ଡର ପୁରା କରିବା ନିମନ୍ତେ ସମୟସୀମା ନିର୍ଦ୍ଧାରି ହୋଇଥିଲା । ଜେଏସପିଏଲ ତାର ଇସ୍ପାତ କାରଖାନାରୁ ୧୫ ଅଗଷ୍ଟ ୨୦୧୮ରେ ପ୍ରଥମ ପର୍ଯ୍ୟୟ ରେଳଲାଇନ୍ ଯୋଗାଇବା ଆରମ୍ଭ କରି ୨୨ ଏପ୍ରିଲ୍ ୨୦୧୯ରେ ରେଳଲାଇନ୍ ଯୋଗାଇବା ସଂପୂର୍ଣ୍ଣ କରି ନିଜ ଦକ୍ଷତାର ପରିଚୟ ଦେଇ ପାରିଛି ।
ଜେଏସପିଲର ଏହି ସଫଳତାରେ ଏହାର ଯୁଗ୍ମ ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଏନ୍. ଅନ୍ସାରୀ କହିଥିଲେ ଯେ, ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଉପକ୍ରମ ସହ ତାଳ ଦେଇ ଅମେ ଏହି ପ୍ରକଳ୍ପ ସମୟ ପୂର୍ବରୁ ସଂପୁର୍ଣ୍ଣ କରି ପାରିଥିବାରୁ ଆମେ ଗର୍ବିତ ।
ନିକଟରେ ଭାରତୀୟ ରେଳବାଇ ଅଧିକ ୩୦୦୦୦ ଟନ୍ ରେଳଲାଇନ୍ ଯୋଗାଇଦେବା ପାଇଁ ଜେଏସପିଏଲକୁ ଅର୍ଡର ଦେଇଛି । ଏହା ସହିତ ଅନ୍ତର୍ଜାତୀୟ ଟେଣ୍ଡର୍ରେ ଜେଏସପିଏଲର ଅଂଶ ୩୦ ପ୍ରତିଶତ କୁ ବୃଦ୍ଧି ପାଇଛି ।
ଶ୍ରୀ ଏନ୍. ଅନ୍ସାରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ସଫଳତା ଜେଏସପିଏଲର ଦକ୍ଷତା ଏବଂ ଭାରତୀୟ ରେଳବାଇ ସହିତ ଭାଗିଦାରୀର ନିଦର୍ଶନ । ଭାରତୀୟ ରେଳ ଭିତିଭୂମିରେ ସହଯୋଗ କରିପାରିଥିବାରୁ ଜେଏସପିଏଲ ଗୌରାବନ୍ୱିତ । ଆମ କମ୍ପାନୀ ଭାରତର ଭିତିଭୂମି ବିକାଶ ଓ ଦେଶ ନିର୍ମାଣ କ୍ଷେତ୍ରରେ ଯୋଗଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ହେଡ୍ ହାର୍ଡେନ୍ଡ ରେଲ୍ ନିର୍ମାଣ କ୍ଷେତ୍ରରେ ଜେଏସପିଏଲ୍ ଭାରତର ଏକମାତ୍ର ଘରୋଇ କମ୍ପାନୀ । ଇରାନ ଓ ବାଂଲାଦେଶକୁ ରେଳଲାଇନ୍ ଯୋଗାଇବା ସହିତ ଭାରତର ଫ୍ରେଟ୍ କରିଡର୍ ପାଇଁ ଜେଏସପିଏଲ ରେଳଲାଇନ୍ ଯୋଗାଇ ସାରିଛି ।