ଟ୍ରେନ୍‌ ଚଳାଚଳ ମାର୍ଗ ପରିବର୍ତ୍ତନ ସୂଚନା

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ଼ ଓ ସାଲେଗାଓଁ ଷ୍ଟେସନ ମଧ୍ୟରେ ଏପ୍ରିଲ ୨୫ ତାରିଖ ଠାରୁ ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଥିବାରୁ ଟ୍ରେନ ଚଳାଚଳ କ୍ଷେତ୍ରରେ ମାର୍ଗ ପରିବର୍ତ୍ତନ ଓ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଅଛି I


ବାତିଲ ହେଉଥିବା ଟ୍ରେନ


୫୮୦୦୫/୫୮୦୦୬ ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡଗପୁର ଫାଷ୍ଟ ପାସେଞ୍ଜର ରବିବାର ବ୍ୟତୀତ ଉଭୟଦିଗରୁ ଏପ୍ରିଲ ମାସ ୨୫ ତାରିଖ ଠାରୁ ମଇ ମାସ ୮ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I 

ସେହିପରି ୫୮୦୦୧/୫୮୦୦୨ ସନ୍ତ୍ରାଗାଛି-ପୁରୀ-ସନ୍ତ୍ରାଗାଛି ପାସେଞ୍ଜର, ୫୮୧୩୨/୫୮୧୩୧ ପୁରୀ-ରାଉରକେଲା-ପୁରୀ ପାସେଞ୍ଜର, ୫୮୪୨୪/୫୮୪୨୩ କଟକ-ଭଦ୍ରକ-କତ୍ତକ ପାସେଞ୍ଜର, ୫୮୪୩୬/୫୮୪୩୫ କଟକ-ଭଦ୍ରକ-କଟକ ପାସେଞ୍ଜର, ୫୮୪୨୫/୫୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର, ୬୮୪୧୩/୬୮୪୧୪ ତାଳଚେର-ପୁରୀ-ତାଳଚେର ମେମୁ ଉଭୟ ଦିଗରୁ ୨୫ ଏପ୍ରିଲ ଠାରୁ ୮ ମଇ ପର୍ଯ୍ୟନ୍ତ ବାତିଲ ରହିବ I

୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ପୁରୀ ଠାରୁ ୨୭ ଏପ୍ରିଲ ଓ ୪ ମଇ, ୨୨୮୮୯ ଦିଘା-ପୁରୀ ଏକ୍ସପ୍ରେସ ଦିଘା ଠାରୁ ୨୮ ଏପ୍ରିଲ ଓ ୫ ମଇ, ୨୨୮୧୦ ବିଶାଖାପାଟଣା-ପାରାଦୀପ ଏକ୍ସପ୍ରେସ ବିଶାଖାପାଟଣା ଠାରୁ ୨୮ ଏପ୍ରିଲ ଓ ୫ ମଇ, ୨୨୮୦୯ ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ ପାରାଦୀପ ଠାରୁ ୧ ଓ ୮ ମଇ, ୨୨୮୨୪ ପାରାଦୀପ-ସଂତ୍ରାଗାଛି ଏକ୍ସପ୍ରେସ ପାରାଦୀପ ଠାରୁ ୨୯ ଏପ୍ରିଲ ଓ ୬ ମଇ, ୨୨୮୧୩ ସଂତ୍ରାଗାଛି-ପାରାଦୀପ ଏକ୍ସପ୍ରେସ ସଂତ୍ରାଗାଛି ଠାରୁ ୩୦ ଏପ୍ରିଲ ଓ ୭ ମଇ, ୨୨୮୭୪ ବିଶାଖାପାଟଣା-ଦିଘା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ୨୫ ଏପ୍ରିଲ ଓ ୨ ମଇ, ୨୨୮୭୩ ଦିଘା-ବିଶାଖାପାଟଣା ଏକ୍ସପ୍ରେସ୍ରେ ଦିଘା ଠାରୁ ୨୬ ଏପ୍ରିଲ ଓ ୩ ମଇ ତାରିଖ ମାନଙ୍କରେ ବାତିଲ ରହିବ I

ମାର୍ଗ ପରିବର୍ତ୍ତିତ ଟ୍ରେନ

୨୨୨୦୧/୨୨୨୦୨ ସିଆଲଦା-ପୁରୀ-ସିଆଲଦା ଏକ୍ସପ୍ରେସ ୨୬ ଏପ୍ରିଲ ରୁ ୮ ମଇ ମଧ୍ୟରେ ଉଭୟ ଦିଗରୁ ଏବଂ ୧୨୨୮୧/୧୨୨୮୨ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ୧ ଓ ୮ ମଇ ଏବଂ ନୂଆ ଦିଲ୍ଲୀ ଠାରୁ ୨ ମଇ ତାରିଖ ଦିନ କଟକ ମାର୍ଗ ଦେଇ ଯାତ୍ରା କରିବ I

୨୨୮୦୪/୨୨୮୦୩ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ ଭୟ ଢେ଼ଙ୍କାନାଳ ସମ୍ବଲପୁର ଠାରୁ ୨୬ ଏପ୍ରିଲ ଓ ୩ ମଇ ଏବଂ ହାଓଡ଼ା ଠାରୁ ୨୭ ଏପ୍ରିଲ ଓ ୪ ମଇ ଦିନ ଢେଙ୍କାନାଳ-ଭଦ୍ରକ ମାର୍ଗ ପରିବର୍ତ୍ତେ ଉଭୟ ଦିଗରେ ଝାରସୁଗୁଡା-ରାଉରକେଲା-ଖଡ଼ଗପୁର ମାର୍ଗରେ ଯାତ୍ରା କରିବ I

୧୨୮୮୦/୧୨୮୭୯ ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ, ୨୨୮୬୬/୨୨୮୬୫ ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ, ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ, ୧୮୪୫୨/୧୮୪୫୧ ପୁରୀ-ହାତୀଆ-ପୁରୀ ଏକ୍ସପ୍ରେସ, ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ ଓ କଟକ ଷ୍ଟେସନ ଯାତ୍ରୀଙ୍କ ପାଇଁ ନରାଜ ଠାରେ ରହଣି କରିବ I


ମାର୍ଗ ପରିବର୍ତ୍ତିତ ଟ୍ରେନ ଗୁଡିକର ଯାତ୍ରୀ ମାନଙ୍କ ପାଇଁ କଟକ ଓ ନରାଜ ମଧ୍ୟରେ ମାଗଣା ବସ ସେବା     

ଏହି ସମୟ ମଧ୍ୟରେ ମାର୍ଗ ପରିବର୍ତ୍ତିତ ଟ୍ରେନ ଗୁଡିକର ଯାତ୍ରୀ ମାନଙ୍କ ପାଇଁ କଟକ ଷ୍ଟେସନ ଠାରେ ଓହ୍ଲାଇବାକୁଥିବା ଏବଂ କଟକ ଷ୍ଟେସନ ରୁ ଟ୍ରେନ ଯାତ୍ରା କରିବାକୁ ଥିବା ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କଟକ ଓ ନରାଜ ଷ୍ଟେସନ ମଧ୍ୟରେ ଉଭୟ ଦିଗରୁ ମାଗଣା ବସ ସେବା ଯୋଗାଇ ଦିଆଯିବ I 

Leave a Reply

Your email address will not be published.