ନବୀନ ଦେଲେ ଭୋଟ୍‌

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାରଦିନ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ନବୀନ ନିବାସ ନିକଟବର୍ତ୍ତୀ ଏରୋଡ୍ରୋମ୍‌ କଲୋନୀ ୟୁପି ସ୍କୁଲ୍‌ର ୧୧୨ ନମ୍ବର ବୁଥରେ ସେ ମତଦାନ କରିଛନ୍ତି।

ଭୋଟ୍‌ ଦେଇ ଫେରିବାପରେ ନବୀନ ନିଜର ସ୍ଵତନ୍ତ୍ର ବିମାନ ଯୋଗେ ବାଲେଶ୍ଵରର ସିମୁଳିଆଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ଯୋଗ ଦେବା ଲାଗି ଯାତ୍ରା କରିଛନ୍ତି। ଏହାପରେ ସେ ବାସୁଦେବପୁରଠାରେ ନିର୍ବାଚନୀ ବକ୍ତବ୍ୟ ରଖିବେ। ତାପରେ ବନ୍ତ, ଧାମନଗର, ପାଣିକୋଇଲି, ସୁକିନ୍ଦା, ବାଲିଚନ୍ଦ୍ରପୁରରେ ଅଭିଭାଷଣ ରଖି ଭୁବନେଶ୍ଵର ଫେରିବେ।

ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ମତଦାନ

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର କିଛି ହେବିଓ୍ବେଟ୍‌ ନେତା ମଧ୍ୟ ଆଜି ମତଦାନ କରିଛନ୍ତି। ସେମାନଙ୍କ ଭିତରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରହିଛନ୍ତି। ସେ ଭୁବନେଶ୍ଵରରେ ଭୋଟ୍‌ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପତ୍ନୀଙ୍କ ସହ ବୁଥରେ ଦେଖିବାକୁ ମିଳିଥିଲା। ତାଳଚେରର ଦେଉଳବେଡ଼ା ତେଲିସାହିପ୍ରାଥମିକ ବିଦ୍ୟାଳୟରେ ସେ ମତଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତଦାନ

Leave a Reply

Your email address will not be published.