ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ଜିରା
ଯେ କୌଣସି ଋତୁ ହେଉ ନା କାହିଁକି ଚେହେରାକୁ ଚମକଦାର୍ କରିବାକୁ ଚାହୁଁଥିଲେ ପ୍ରତିଦିନ ଦୁଇଥର ଜିରା ପାଣି ପିଅନ୍ତୁ । ଜିରାରେ ଥିବା ବିଭିନ୍ନ ପୋଷକ ତତ୍ୱ ଚେହେରାକୁ ସୁନ୍ଦର କରିବା ସହିତ ଅନେକ ଛୋଟମୋଟ ରୋଗରୁ ରକ୍ଷା କରିଥାଏ । ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ ଜିରା ଭିଜାନ୍ତୁ । ସକାଳେ ଜିରାକୁ ଛାଣି ସେହି ପାଣିକୁ ଖାଲିପେଟରେ ପିଅନ୍ତୁ ।
ତାହେଲେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଜିରା କିଭଳି ଭାବେ ଲାଭପ୍ରଦ-
୧- ଜିରାରେ ଥିବା ଫାଇବର୍ ତ୍ୱଚାରେ ଥିବା ହାନିକାରକ ଟକ୍ସିନକୁ ବାହାର କରିଥାଏ । ଜିରାରେ ଥିବା ଫ୍ରି ରେଡିକଲସ୍ ଯୋଗୁଁ ଏହା ଡିଟକ୍ସିଫାୟାର୍ ଭାବେ କାମ କରେ । ଏହା ଏକ ନ୍ୟାଚୁରାଲ୍ କ୍ଲିନଜର୍ ଭାବେ ଚେହେରାକୁ ସଫା ରଖିଥାଏ । ଫଳରେ ତ୍ୱଚା ଉଜ୍ଜ୍ୱଳ ଦେଖାଯାଏ ।
୨- ଜିରାରେ ଆଣ୍ଟିଆକନେ ଟୋନର୍ ଭଳି ପୋଷକ ତତ୍ୱ ଥିବାରୁ ଏହା ବ୍ରଣ ସମସ୍ୟାକୁ ଦୂର କରେ । ଜିରା ପାଣି ପିଇବା ସହିତ ଏଥିରେ କୌଣସି ଏସେନସିଆଲ୍ ଅଏଲ୍ ମିଶାଇ ଚେହେରାରେ ହାଲକା ମାଲିସ୍ କରିବା ଦ୍ୱାରା ଚେହେରାରେ ଥିବା ମୃତ କୋଷିକାଗୁଡ଼ିକ ବାହାରି ଯାଇଥାଏ ।
୩- ସନବର୍ଣ୍ଣ କିମ୍ବା ତ୍ୱଚା କୁଣ୍ଡେଇ ହୋଇ ଲାଲ୍ ପଡ଼ିଯିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଜିରାପାଣି ପିଅନ୍ତୁ ।