ଦୟାବେନଙ୍କ ପାଇଁ ବହୁତ ବଡ଼ କ୍ଷତି ସହିଲେ ନିର୍ମାତା
ଟେଲି ଦୁନିଆର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ର ଦୟାବେନ୍ ଓରଫ୍ ଦିଶା ଭକାନୀଙ୍କ ଲେଉଟାଣୀକୁ ଆଜିପର୍ଯ୍ୟନ୍ତ ଦର୍ଶକ ଅପେକ୍ଷା କରି ବସିଛନ୍ତି । ଦିଶାଙ୍କ ସ୍ଥାନରେ ଅନ୍ୟଜଣେ ଅଭିନେତ୍ରୀଙ୍କ ସନ୍ଧାନ ଆରମ୍ଭ ହୋଇସାରିଥିଲେ ମଧ୍ୟ ଦର୍ଶକ ଦିଶାଙ୍କ ଫେରିବାକୁ ନେଇ ଅନେକ ଆଶା କରୁଛନ୍ତି । ତେବେ ଦୟାବେନଙ୍କ ଅନୁପସ୍ଥିତି ଯେତିକି ଦର୍ଶକଙ୍କୁ ନିରାଶ କରିଛି, ତାଠାରୁ ଅଧିକ କ୍ଷତି ସହିଛନ୍ତି ଶୋ’ର ନିର୍ମାତା । ଖବର ଆସିଛି ଯେ ଦିଶାଙ୍କ ପାଇଁ ଶୋ’ର ନିର୍ମାତାଙ୍କୁ ଏବ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି । ଶୋ’ର ଟିଆରପି ରେଟ୍ ଆଗଭଳି ନାହିଁ । ସବୁଠାରୁ ବଡ଼ କଥା ହେଉଛି ଟିଆରପି ତାଲିକାର ଟପ୍ ୧୦ ଭିତରୁ ଏହି ଶୋ’ ବାଦ୍ ପଡ଼ିଛି । ଏହି ଶୋ’ ପୂର୍ବ ଭଳି ଦର୍ଶକଙ୍କ ମନୋରଞ୍ଜନ କରିପାରୁନାହିଁ । ମୋଟ ଉପରେ କହିବାକୁ ଗଲେ ଶୋ’କୁ ଦର୍ଶକ ପସନ୍ଦ କରୁନାହାନ୍ତି । ତାଲିକାର ପ୍ରଥମ ସ୍ଥାନରେ ଅଛି କୁଣ୍ଡଲି ଭାଗ୍ୟ’ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ‘କୁଲଫି କୁମାର ବାଜେୱାଲା’ । ତୃତୀୟ ସ୍ଥାନରେ ରହିଛି ‘ନାଗିନ୍ ୩’ ।
ଦିଶାଙ୍କ ଭଳି ସୋନୁ ଚରିତ୍ରରେ ଅଭିନୟ କରୁଥିବା ନିଧି ଭାନୁଶାଳୀ ମଧ୍ୟ ଶୋ’ ଛାଡ଼ୁଛନ୍ତି ବୋଲି ଖବର ଜଣାପଡ଼ିବା ପରେ ଏହି ଧାରାବାହିକ ପ୍ରତି ଦର୍ଶକଙ୍କ ଆଗ୍ରହ କମିଯାଇଛି । ଟପ୍ ୧୦ରୁ ବାଦ୍ ପଡ଼ିବା କାରଣରୁ ଶୋ’ର ନିର୍ମାତାଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ତେବେ ଆଗାମୀ ଦିନରେ ଏହି ଶୋ’ ପୁଣିଥରେ ଟିଆରପି ହାସଲ କରିପାରିବ କି ନାହିଁ, ତାହା କେବଳ ସମୟ ହିଁ କହିବ ।