ବେଦପ୍ରକାଶଙ୍କ ସହିତ ନ୍ୟାୟ କରି ନଥିବା ମୋର ମନେ ହୁଏ : ବିଜୟ

ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଏହି ଖବର ପାଇବା ପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହା ସହିତ ବେଦପ୍ରକାଶଙ୍କ ପ୍ରତି ନ୍ୟାୟ କରାଯାଇ ନଥିବା ସେ କହିଛନ୍ତି। ବିଜୟ କହିଛନ୍ତି, ଗତ ତିନି ମାସ ଧରି ସେ ରୋଗଶଯ୍ୟାରେ ପଡ଼ିଥିଲେ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ସେ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସେ ଶଯ୍ୟାଶାୟୀ ଥିଲେ। ଯେଉଁମାନେ ତାଙ୍କୁ ଆଣି ନିର୍ବାଚନରେ ଛିଡ଼ା କରାଇଲେ, ସେମାନେ ତାଙ୍କ ସହିତ ନ୍ୟାୟ କରି ନଥିବା ମୋର ମନେ ହୁଏ। ବିଜୟ ଆହୁରି କହିଛନ୍ତି, ଆଇନ୍ ଅନୁଯାୟୀ ନିର୍ବାଚନ ହେବ। ନିର୍ବାଚନ ପାଇଁ ଆଉ ଏକ ତାରିଖ ଘୋଷଣା ହେବ।

ସୂଚନାଯୋଗ୍ୟ, ବିଜେଡି ଏଥର ପୁଣି ବେଦପ୍ରକାଶଙ୍କୁ ପାଟକୁରା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ତେବେ ବେଦପ୍ରକାଶଙ୍କ ପରଲୋକ ଯୋଗୁ ଏଠାରେ ଆଉ ନିର୍ବାଚନ ସମ୍ଭବ ନୁହେଁ। ପରବର୍ତ୍ତୀ ସମୟରେ ଏଠାରେ ନିର୍ବାଚନ ହେବ।

Leave a Reply

Your email address will not be published.