ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ରଞ୍ଜନ ଗୋଗଇ କହିଲେ ବଡ଼ ଷଡ଼ଯନ୍ତ୍ର

ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ବ୍ୟଭିଚାର ଅଭିଯୋଗ ମାମଲା ପାଇଁ ଶନିବାର ଦିନ ସୁପ୍ରିମ୍‌କୋର୍ଟ ଏକ ଜରୁରୀ ଶୁଣାଣି ଆୟୋଜନ କରାଯାଇଛି। ଏଥିରେ ତାଙ୍କ ବିରୋଧରେ ଆଗତ ବ୍ୟଭିଚାର ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି। ଏଥିପାଇଁ ଜଷ୍ଟିସ୍‌ଅରୁଣ ମିଶ୍ର ଏବଂ ଜଷ୍ଟିସ୍‌ସଞ୍ଜୀବ ଖାନ୍ନାଙ୍କୁ ନେଇ ପ୍ରଧାନ ବିଚାରପତି ଏକ ଖଣ୍ଡପୀଠ ଗଠନ କରିଥିଲେ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଲେ ପ୍ରତ୍ୟେକ କର୍ମଚାରୀଙ୍କ ପ୍ରତି ସମ୍ମାନଜନକ ବ୍ୟବହାର କରାଯାଏ। ଏ କର୍ମଚାରିଣୀ ଦେଢ଼ ମାସ କାମ କରିଥିଲେ। ତାଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ତାଙ୍କ ବିରୋଧରେ ଦୁଇଟି ଏଫ୍‌ଆଇଆର୍ହୋଇଛି। ପ୍ରଧାନ ବିଚାରପତିଙ୍କ ଘରେ ସେ ମହିଳାଜଣକ ଜଣେ ପୂର୍ବତନ କନିଷ୍ଠ ସହାକାରୀ ଭାବେ କାର୍ଯ୍ୟ କରିଛନ୍ତି। ରେଜିଷ୍ଟ୍ରିରେ ଅଶୋଭନୀୟ ଆଚରଣ ଘଟଣା ରିପୋର୍ଟ ହେବା ପରେ ଗତବର୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ଏ ସଂକ୍ରାନ୍ତରେ କେତେକ ଅଭିଯୋଗ ଆସିଲା କିନ୍ତୁ, ଏହାର ଜବାବ ଦେବାକୁ ମୁଁ ଉଚିତ ମଣୁ ନ ଥିଲି। ଏହି ଅଭିଯୋଗ ତାଙ୍କ ପାଇଁ ବଡ଼ ମାମଲା ହୋଇ ଉଭା ହେଲା। ସେ କହିଲେ କି, ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ଚାଲୁଥିବା ଦୁଇଟି କାର୍ଯ୍ୟାଳୟ ଦେଶରେ ଅଛି। ଗୋଟିଏ ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟଟି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ।

ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଦାଲତରେ ତାଙ୍କ ମନର କଥା ବ୍ୟକ୍ତି କରି କହିଲେ କି, ଆଜି ବିଚାର ବ୍ୟବସ୍ଥା ବଡ଼ ବିପଜ୍ଜନକ ସ୍ଥିତିରେ ରହିଛି। ଆସନ୍ତା ସପ୍ତାହରେ କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଥିବାରୁ ସେମାନେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହାଁନ୍ତି। ଯଦି ବିଚାରପତିମାନଙ୍କୁ ଏଭଳି ପରିସ୍ଥିତିରେ କାମ କରିବାକୁ ପଡ଼େ ତେବେ ଉତ୍ତମ ଲୋକେ ବିଚାରପତି ହେବେ ନାହିଁ।

୨୦ ବର୍ଷ ଚାକିରି କରିବା ପରେ ମୋର ଅସୁବିଧା କଥା କ’ଣ। ମୋର ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ରେ ରହିଛି ଏବଂ ୪୦ ଲକ୍ଷ ଟଙ୍କା ପ୍ରୋଭିଡେଣ୍ଟ୍‌ଫଣ୍ଡ୍‌ରେ ଅଛି। ବିଚାରପତି ଥିବା ସମୟରେ ମୋର ଅଧିକ ଥିଲା। ଟଙ୍କା ବିଷୟରେ ମୋତେ କେହି ଧରି ପାରିବେ ନାହିଁ। ସେମାନେ ଆଉ କିଛି ସନ୍ଧାନ କରି ପାରନ୍ତି।

Leave a Reply

Your email address will not be published. Required fields are marked *