ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ୬୪% ବୃଦ୍ଧି ପାଇ ୮୪୦ କୋଟି ଟଙ୍କା
ରିଲାଏନସ ଜିଓ ପକ୍ଷରୁ ୨୦୧୮-୧୯ ଅ।ର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଅ।ର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନୀ ଏହି ସମୟରେ ୬୪.୭% ଅଭିବୃଦ୍ଧି ସହ ୮୪୦ କୋଟି ଟଙ୍କାର ନିଟ ଲାଭ କରିଛି । ଗତବର୍ଷ ଏହି ସମୟରେ କଂପାନୀ ୫୧୦ କୋଟି ଟଙ୍କାର ନିଟ ଲାଭ କରିଥିଲା ।
ରିଲାଏନସ ଜିଓର ପରିଚାଳନାଗତ ରାଜସ୍ୱ ପରିମାଣ ୫୫.୮% ବୃଦ୍ଧି ପାଇ ୧୧,୧୦୬ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷର ଏହି ସମୟରେ ୭୧୨୮ କୋଟି ଟଙ୍କା ଥିଲା ।
୨୦୧୯ ମାର୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ୨୦୧୮-୧୯ ଅ ।ର୍ଥିକ ବର୍ଷରେ ରିଲାଏନସ ଜିଓର ନିଟ ଲାଭ ପରିମାଣ ·ରି ଗୁଣ ବୃଦ୍ଧି ପାଇ ୨୯୬୪ କୋଟି ଟଙ୍କା ହୋଇଛି । ୨୦୧୭-୧୮ରେ କଂପାନିର ନିଟ ଲାଭ ୭୨୩ କୋଟି ଟଙ୍କା ଥିଲା । କଂପାନିର ଟିକସ ପୂର୍ବବର୍ତି ଲାଭ ପରିମାଣ ମାର୍ଚ ତ୍ରୟମାସରେ ୨୫୮୫ କୋଟି ଟଙ୍କା ହୋଇଥିବା ବେଳେ ୨୦୧୮-୧୯ ଅ ।ର୍ଥିକ ବର୍ଷ ପାଇଁ ୮୭୦୪ କୋଟି ଟଙ୍କା ରହିଛି ।
୨୦୧୮-୧୯ରେ କଂପାନିର ପରି·ଳନାଗତ ରାଜସ୍ୱ ପରିମାଣ ୯୨.୭% ବୃଦ୍ଧି ପାଇ ୩୮,୮୩୮ କୋଟି ଟଙ୍କା ହୋଇଛି ଯାହା ୨୦୧୭-୧୮ରେ ୨୦,୧୫୪ କୋଟି ଟଙ୍କା ଥିଲା ।
ଅ ।ଲୋଚ୍ୟ ତ୍ରୟମାସ ଶେଷ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୩୦.୬୭ କୋଟି ରହିଛି ଏବଂ ଏହାର ଗ୍ରାହକ ପିଛା ହାରାହାରି ରାଜସ୍ୱ ପରିମାଣ ୧୨୬.୨ ଟଙ୍କା ରହିଛି ।
ରିଲାଏନସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରି·ଳନା ନିର୍ଦେଶକ ମୁକେଶ ଧୀରୁଭାଇ ଅମ୍ବାନି କହିଛନ୍ତି ଯେ, ଜିଓରେ ଅ ।ମେ ୩୦ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବାରୁ ଅତ୍ୟନ୍ତ ଗର୍ବିତ ଓ ଅ ।ନନ୍ଦିତ । ଡାଟା ଓ ଭଏସ ଟ୍ରାଫିକ୍ରେ ଏଭଳି ଅଭିବୃଦ୍ଧିର ସ୍ତର ଅତୁଳନୀୟ ଏବଂ ଜିଓର ନେଟୱର୍କ ହେଉଛି ବିଶ୍ୱର ଅନ୍ୟତମ ବୃହତ ମୋବାଇଲ ଡାଟା ନେଟୱର୍କ ଯାହା ପ୍ରତି ମାସରେ ଅତୁଳନୀୟ ଡାଉନଲୋଡ ବେଗ ସହିତ ୩ ଏକ୍ସାବାଇଟ ଡାଟା ପ୍ରବାହିତ କରୁଛି । ”
ମାର୍ଚ ସୁଦ୍ଧା ଶେଷ ତ୍ରୟମାସରେ ଜିଓର ନିଟ ଗ୍ରାହକ ଯୋଗଦାନ ସଂଖ୍ୟା ୨.୬୬ କୋଟି ରହିଥିବା ବେଳେ ମୋଟ ଗ୍ରାହକ ଯୋଗଦାନ ପରିମାଣ ୩.୩୨ କୋଟି ରହିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି ।
ଜିଓର ପ୍ରତି ଗ୍ରାହକଙ୍କ ଦ୍ୱାରା ମାସିକ ହାରାହାରି ଡାଟା ବ୍ୟବହାର ପରିମାଣ ୧୦.୯ ଜିବି ରହିଛି ଏବଂ ଏହାର ହାରାହାରି ଭଏସ ବ୍ୟବହାର ପରିମାଣ ୮୨୩ ମିନିଟ ରହିଛି । ସମୁଦାୟ ଭିଡିଓ ଉପଯୋଗ ମାସକୁ ୫୦୦ କୋଟି ଘଂଟା ରହିଛି ବୋଲି ଜିଓ ପକ୍ଷରୁ କୁହାଯାଇଛି ।
କଂପାନି ୧୬୦୦ଟି ସହରରେ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସଂଯୋଗ ଜିଓ ଗିଗାଫାଇବର ସେବା ଅ ।ରମ୍ଭ କରାଯାଇଥିବା ସୂଚନା ଦେଇଛି ।
“ଡେନ ନେଟୱର୍କ ଲିମିଟେଡ ଓ ହାଥାୱେ କେବୁଲ ଅ ।ଣ୍ଡ ଡାଟାକମ ଲିମିଟେଡକୁ ଅଧିଗ୍ରହଣ କରାଯିବା ପରେ ସାରା ଦେଶରେ କରାଯାଇଥିବା ବିଟା ପରୀକ୍ଷଣ ବେଶ ସଫଳ ହୋଇଛି । ରିଲାଏନସ ଜିଓ ଅନୁଯାୟୀ, ଡିଜିଟାଲ ଫାଇବର ଇନଫ୍ରାଷ୍ଟ୍ରକଚର ଟ୍ରଷ୍ଟ ଅ ।ଣ୍ଡ ପାୱାର ଇନଫ୍ରାଷ୍ଟ୍ରକଚର ଟ୍ରଷ୍ଟକୁ ଫାଇବର ଓ ଟାୱାର ବ୍ୟବସାୟ ହସ୍ତାନ୍ତର କରିବା ପରେ ଏହି ତ୍ରୟମାସରେ କଂପାନିର ଅ ।ର୍ଥିକ ଦାୟିତ୍ୱ (ଲାଇବିଲିଟିଜ) ୧,୦୭,୦୦୦ କୋଟି ଟଙ୍କା ହ୍ରାସ ପାଇଛି ।
ଅ ।ଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ଅ ।ର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନିର ବାର୍ଷିକ ନିଟ ଲାଭ ୧୩.୧% ବୃଦ୍ଧି ପାଇ ୩୯,୫୮୮ କୋଟି ଟଙ୍କା ହୋଇଛି । ପେଟ୍ରୋକେମିକାଲ୍ସ, ରିଟେଲ ଓ ଡିଜିଟାଲ ସେବାରୁ ରେକର୍ଡ ପରିମାଣର ଅ ।ୟ ହୋଇଛି । କଂପାନି ଏହି ଅବଧିରେ ଅନେକ ମାଇଲଖୁଂଟ ଅତିକ୍ରମ କରିଛି । ରିଟେଲ ରାଜସ୍ୱ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପିଥିବା ବେଳେ ଷ୍ଟୋର ସଂଖ୍ୟା ୧୦ ହଜାରରୁ ଅଧିକ ହୋଇଛି । ୨୦୧୯ ମାର୍ଚ ୩୧ରେ ଶେଷ ହୋଇଥିବା ଚତୁର୍ଥ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିଟ ଲାଭ ୯.୮% ବୃଦ୍ଧି ପାଇ ୧୦,୩୬୨ କୋଟି ଟଙ୍କା ହୋଇଛି, ଯାହା ଭାରତର ସମସ୍ତ ଘରୋଇ ବା ପ୍ରାଇଭେଟ୍ କଂପାନିମାନଙ୍କ ମଧ୍ୟରେ ସର୍ବାଧିକ ।