ସମାଲୋଚକଙ୍କୁ ଫରଦିନ୍ କହିଲେ ‘ମୁଁ ଅନ୍ଧ ନୁହେଁ’

ବିଗତ କିଛି ବର୍ଷ ହେଲା ବଲିଉଡ୍ ତାରକା ଫରଦିନ୍ ଖାନ୍ ଗ୍ଲାମର୍ ଜଗତରୁ ଦୂରେଇ ଯାଇଛନ୍ତି । ଅନ୍ୟ ତାରକାଙ୍କ ଭଳି ସୋସିଆଲ୍ ମିଡିଆ ସହିତ ମଧ୍ୟ ସେ ଜଡ଼ିତ ନାହାନ୍ତି । ତଥାପି କିଛିଦିନ ତଳେ ଫରଦିନଙ୍କ କଜନ୍ ସିଷ୍ଟରଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଫରଦିନଙ୍କୁ ଦେଖିବାକୁ ମିଲିଥିଲା । ଉତ୍ସବର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର୍ ହେବା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଫରଦିନ୍ ଅଧିକ ମୋଟା ହୋଇଯାଇଛନ୍ତି ଏବଂ ସେ ନିଜକୁ କାହିଁକି ମେଣ୍ଟେନ୍ କରୁନାହାନ୍ତି ବୋଲି ଅନେକ ବ୍ୟକ୍ତି ତାଙ୍କୁ ସମାଲୋଚନା କରିବା ସହିତ ତାଙ୍କର ମଜାକ୍ ଉଡ଼ାଇଛନ୍ତି । ଏଭଳି ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଫରଦିନ୍ କଡ଼ା ଜବାବ୍ ଦେଇଛନ୍ତି ।

ଫରଦିନ୍ କହିଛନ୍ତି ଯେ – ‘ମୋତେ ବିନା ଦୋଷରେ ଟାର୍ଗେଟ୍ କରାଯାଉଛି । ସମୟ ଆସିଯାଇଛି ଯେ ଆମ ସମସ୍ତଙ୍କୁ ଏଭଳି ସଂକିର୍ଣ୍ଣ ମାନସିକତାରୁ ଉପରକୁ ଉଠିବାକୁ ହେବ । ଏହିସବୁ ଚିନ୍ତା କରିବା ମୁଁ ଛାଡ଼ିଦେଇଛି । ଏବେ ମୁଁ ଯେମିତି ଅଛି ସେଥିରେ ଖୁସି ଅଛି । ଆଇନାରେ ମୁଁ ନିଜକୁ ଦେଖି ସନ୍ତୁଷ୍ଟ ଅଛି । ମୁଁ ଲଜ୍ଜିତ ନୁହଁ, ଅଭିମାନ କରୁନି କିମ୍ବା ବ୍ୟତିବ୍ୟସ୍ତ ନୁହେଁ । ମୁଁ ଅନ୍ଧ ନୁହେଁ, ସବୁକିଛି ଦେଖିପାରୁଛି । ମୁଁ ଆପଣଙ୍କ ମନୋରଞ୍ଜନର ମାଧ୍ୟମ ହୋଇପାରୁଥିବାରୁ ମୁଁ ଖୁସି । ମୋତେ ଭଲ ଭାବେ ଦେଖିବା ପରେ ଥରେ ନିଜକୁ ମଧ୍ୟ ଭଲ ଭାବେ ଦେଖନ୍ତୁ’ ।

Leave a Reply

Your email address will not be published. Required fields are marked *