ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଦ୍ୟାଭବନକୁ ଜାତୀୟ ପୁରସ୍କାର
କେନ୍ଦୁଝର ଜିଲ୍ଲାର ଖୁଦପଶିଠାରେ ଥିବା ଆବାସିକ ବିଦ୍ୟାଳୟ ବିଦ୍ୟାଭବନକୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇଛି। ଇଣ୍ଡିଆ ଟୁଡେ ୱାର୍ଲଡ ୱାଇଡ଼ ଆଚିଭର୍ସ ଦ୍ୱାରା ନୂଆଦିଲ୍ଳୀରେ ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀରେ ପୂର୍ବତନ ମାନବସମ୍ୱଳ ବିକାଶ ମନ୍ତ୍ରୀ ଡ଼ା. ମୂରଲୀ ମନୋହର ଯୋଶୀ ବିଦ୍ୟାଭବନର ପ୍ରତିଷ୍ଠାତା ମଳୟ ମହାପାତ୍ର ଓ ପ୍ରଧାନ ଶିକ୍ଷକ ପଦ୍ମଳୋଚନ ବାରିକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଉତ୍ସବରେ ସିନେ ଅଭିନେତା ଗୁଲସନ ଗ୍ରୋଭର, ପଦ୍ମଶ୍ରୀ ବଜରଙ୍ଗ ପୁନିଆଁ, ଭାରତର ବୈଷୟିକ ଶିକ୍ଷା ସଚିବ ଏ ପି ମିତ୍ତଲ, ନାଗାଲ୍ୟାଣ୍ଡର ଅତିରିକ୍ତ ଶିକ୍ଷା ସଚିବ ଜ୍ୟୋତି କଳସ ସମ୍ମାନୀତ ଅଥିତି ଭାବେ ଯୋଗ ଦେଇଥିଲେ।
ନିମନ୍ତ୍ରିତ ବକ୍ତାଭାବେ ବିଦ୍ୟାଭବନର ପ୍ରତିଷ୍ଠାତା ମଳୟ ମହାପାତ୍ର ଅନୁଷ୍ଠାନର କାର୍ଯ୍ୟଧାରା, ଶିକ୍ଷାପ୍ରଣାଳୀ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ୨୨ଟି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିନିଧି ଓ ପ୍ରଶାସନ ଏହି ଜାତୀୟ ଶିକ୍ଷା ସମ୍ମିଳନୀରେ ଭାଗ ନେଇଥିଲେ। ବର୍ଜବସ୍ତୁ ପରିଚାଳନା ଓ ସବୁଜ ପରିବେଶ ପାଇଁ ବିଦ୍ୟାଭବନକୁ ଏହି ପୁରସ୍କାର ମିଳିଛି।