ମୋଦୀଙ୍କ ଅଜବ ପ୍ରତିଦ୍ୱନ୍ଦ୍ୱୀ

  • ତାମିଲ୍‌ନାଡୁର ୧୧୧କୃଷକ
  • କୋଲକାତା ହାଇକୋର୍ଟ ଜଜ୍‌
  • ଭୀମ‍୍‌ ସେନା ମୁଖ୍ୟ ଚନ୍ଦ୍ରଶେଖର
  • ବିଏସଏଫ ଯବାନ
  • ସଙ୍କଟ ମୋଚନ ମନ୍ଦିରର ମହନ୍ତ

ଚଳିତ ନିର୍ବାଚନରେ ବାରଣାସୀରୁ ଅନେକ ନିଆରା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। କୋଲକାତା ହାଇକୋର୍ଟ ଜଜ୍‌ଙ୍କଠାରୁ ଆରମ୍ଭ କରି ତାମିଲ୍‌ନାଡୁର ୧୧୧ କୃଷକ ସମୂହ, ବହିଷ୍କୃତ ବିଏସ୍‌ଏଫ୍‌ ଯବାନ, ଫ୍ଲୁରୋସିସ୍‌ଆକ୍ରାନ୍ତ, ଭୀମ ସେନା ମୁଖ୍ୟ, ବିଏଚ୍‌ୟୁ ପ୍ରଫେର୍ସଓ ମନ୍ଦିର ମହନ୍ତ ଆଦି ମୋଦୀଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି।

ମୋଦୀଙ୍କ ବିରୋଧରେ ଲଢୁଥିବା ଅନେକ ପ୍ରାର୍ଥୀଙ୍କ ମଧ୍ୟରୁ କୋଲକାତା ହାଇକୋର୍ଟ ଜଜ ସିଏସ୍‌କରନ ହେଉଛନ୍ତି ଜଣେ ଟାଣୁଆ ପ୍ରାର୍ଥୀ । ଏକ ମାମଲା ନେଇ ୨୦୧୭ ମସିହାରେ କରନଙ୍କୁ ୬ ମାସ ପାଇଁ ଜେଲ୍‌ଦଣ୍ଡାଦେଶ ହୋଇଥିଲା। ସେ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଇଚ୍ଛା ରଖି ରାଜନୀତିରେ ପ୍ରବେଶ କରିଛନ୍ତି। ତାମିଲନାଡୁର ୬୩ ବର୍ଷିୟ ପୂର୍ବତନ ଜଜ୍‌ବାରଣାସୀ ବ୍ୟତୀତ ସେଣ୍ଟ୍ରାଲ୍‌ଚେନ୍ନାଇ ଲୋକସଭା ଆସନ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ୨୦୧୮ ମସିହାରେ ସେ ଆରମ୍ଭ କରିଥିବା ଆଣ୍ଟି ର୍କପସନ ଡାଇନାମିକ୍‌ପାର୍ଟି ପକ୍ଷରୁ ସେ ନିର୍ବାଚନ ଲଢୁଛନ୍ତି।

ମୋଦୀଙ୍କର ଆଉ ଜଣେ ହାଇପ୍ରୋଫାଇଲ୍‌ପ୍ରତିନ୍ଦ୍ୱନ୍ଦୀ ହେଉଛନ୍ତି ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ସେ ହସ୍ପିଟାଲ୍‌ରେ ପଡ଼ିଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଭେଟିବାକୁ ଯାଇଥିବା ବେଳର ଏକ ଫଟୋ ସୋସିଆଲ୍‌ମିଡିଆରେ ଭାଇରାଲ୍‌ହୋଇଥିଲା।

୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ରାଜଧାନୀ ଦିଲ୍ଲୀରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ତାମିଲ୍‌ନାଡୁର ୧୧୧ କୃଷକ ସମୂହ ବି ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ସେମାନଙ୍କ ନେତୃତ୍ୱ ନେଉଛନ୍ତି ପି ଆୟାକାନ୍ନୁ।

ବିଏସ୍‌ଏଫ୍‌ଯବାନମାନଙ୍କୁ ନିମ୍ନ ସ୍ତରୀୟ ଖାଦ୍ୟ ଦିଆଯାଉଛି ବୋଲି ଗତ ବର୍ଷ ସୋସିଆଲ୍‌ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଚର୍ଚ୍ଚାରେ ରହିଥିବା ବିଏସ୍‌ଏଫ୍‌କନେଷ୍ଟବଲ୍‌ତେଜ୍‌ବାହାଦୁର ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ମୋଦୀଙ୍କର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଅଛନ୍ତି ଫ୍ଲୋରସିସ୍‌ପୀଡ଼ିତ, ବିଏଚ୍‌ୟୁ ପ୍ରଫେର୍ସ, ସଙ୍କଟ ମୋଚନ ମନ୍ଦିରର ମହନ୍ତ।

Leave a Reply

Your email address will not be published.