ବଲିଉଡର ପ୍ରଥମ ଷ୍ଟଣ୍ଟ୍ ଲେଡିଙ୍କ ଉପରେ ନିର୍ମିତ ହେବ ବାୟୋପିକ୍

ସିନେ ଇତିହାସର ମାଇଲ୍ଷ୍ଟୋନ୍ ବୋଲାଉଥିବା ‘ସୋଲେ’ ଫିଲ୍ମ ଆପଣମାନେ ନିଶ୍ଚିତ ମନେ ରଖିଥିବେ । ଧମେନ୍ଦ୍ର ଓ ବିଗ୍ ବିଙ୍କ ବନ୍ଧୁତା ହେଉ କିମ୍ବା ହେମାମାଳୀନିଙ୍କ ଟାଙ୍ଗା ଚଲାଇବା ଦୃଶ୍ୟ, ସବୁକିଛି ଅପାସୋରା । ତେବେ ଏହି ଫିଲ୍ମରେ ହେମାମାଳିନୀଙ୍କ ଟାଙ୍ଗା ଚଲାଇବା ଦୃଶ୍ୟରେ ଜଣେ ବଡି ଡବଲ୍ଙ୍କ ସାହାଯ୍ୟ ନିଆଯାଇଥିଲା । ସେ ମହିଳା ଜଣକ ହେଉଛନ୍ତି ବଲିଉଡ୍ର ପ୍ରଥମ ଷ୍ଟଣ୍ଟ୍ ଲେଡି । କେବଳ ‘ସୋଲେ’ ନୁହେଁ, ସେହି ସମୟରେ ଅନେକ ଫିଲ୍ମର ଷ୍ଟଣ୍ଟ୍ଦୃଶ୍ୟ ପାଇଁ ତାଙ୍କୁ ସାଇନ୍ କରାଯାଉଥିଲା । ସେ ହେଉଛନ୍ତି ରେଶ୍ମା ପଠାନ୍ । ଆଗାମୀ ଦିନରେ ସିନେପ୍ରେମୀ ରେଶ୍ମାଙ୍କ ଜୀବନୀକୁ ପରଦା ଉପରେ ଦେଖିପାରିବେ ବୋଲି ଖବର ଆସିଛି । ଏହି ବାୟୋପିକ୍ର ନାମ ରଖାଯାଇଛି ‘ଦ ସୋଲେ ଗାର୍ଲ’ । ଏହି ଫିଲ୍ମରେ ରେଶ୍ମାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ବିଦିତା ବୈଗ୍ । ଏ ସର୍ମ୍ପକରେ ବିଦିତା କହିଛନ୍ତି ସେ ପୂର୍ବରୁ ରେଶମାଙ୍କ ସମ୍ପର୍କରେ ଜାଣିନଥିଲେ । କିନ୍ତୁ ବାୟୋପିକ୍ର ସ୍କ୍ରିପ୍ଟ ପଢିବା ପରେ ବିଦିତା ଆଉ ସମୟ ନଷ୍ଠ ନକରି ଏହାର ସୁଟିଂ ପାଇଁ ହଁ ଭରିଥିଲେ । ଏହା ବ୍ୟତୀତ ରେଶ୍ମାଙ୍କ ଭଳି ଦମ୍୍ଦାର୍ ରୋଲ୍ ପାଇଁ ବିଦିତାଙ୍କୁ ଅଫର୍ ମିଳିଥିବାରୁ ସେ ନିଜକୁ ଗର୍ବିତ ମନେ କରୁଛନ୍ତି । ଏଭଳି ଏକ ଚରିତ୍ର ତାଙ୍କ ଅଭିନୟ କ୍ୟାରିୟର୍କୁ ଆହୁରି ଆଗକୁ ନେଇଯିବ ବୋଲି ସେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *