ଶାହରୁଖଙ୍କୁ ଅଭିନୟ ଦୁନିଆରେ ବ୍ରେକ୍ ଦେଇଥିବା ବ୍ୟକ୍ତି କର୍ଣ୍ଣେଲ୍ ରାଜ୍ ଆଉ ନାହାନ୍ତି

ଏ କଥା ସମସ୍ତେ ଜାଣନ୍ତି ଯେ ଆଜିର ସମୟରେ ପ୍ରଶଂସକ ମହଲରେ କିଙ୍ଗଖାନର ପରିଚୟ ସୃଷ୍ଟି କରିଥିବା ଶାହରୁଖ୍ ପ୍ରଥମେ ଛୋଟ ପରଦାରୁ ତାଙ୍କର ଅଭିନୟ ଇନିଙ୍ଗସ ଆରମ୍ଭ କରିଥିଲେ । ଭାରତୀୟ ଜବାନ୍ ମାନଙ୍କର ବିରତ୍ୱ ଓ ବଳିଦାନର କାହାଣୀ ବର୍ଣ୍ଣନା କରୁଥିବା ଟେଲି ଧାରାବାହିକ ‘ଫୌଜି’ରେ ଶାହରୁଖଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଏହାର ନିର୍ଦ୍ଦେଶକ କର୍ଣ୍ଣେଲ୍ ରାଜ୍ କୁମାର କପୁର୍ ଆଉ ନାହାନ୍ତି । ୮୭ ବର୍ଷୀୟ ରାଜଙ୍କର ରାତି ପ୍ରାୟ ୧୦ଟା ସମୟରେ ଦିଲ୍ଲୀସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ରାଜଙ୍କ ପରିବାର ପକ୍ଷରୁ ଏହି ଦୁଃଖଦ ଖବର ମିଳିଛି । ତାଙ୍କର ୩ଜଣ ଝିଅ ଅଛନ୍ତି ।

ସମର୍ ଖାନଙ୍କ ପୁସ୍ତକ ‘ଏସଆରକେ-୨୫ଇୟରର୍ସ ଅଫ୍ ଏ ଲାଇଫ୍’ରେ ରାଜକୁମାର ତାଙ୍କର ଯୁଦ୍ଧ ଅନୁଭୂତି ବର୍ଣ୍ଣନା କରିବା ସହ କହିଥିଲେ ଯେ ‘୨୦ ବର୍ଷ ପୂର୍ବେ ମୁଁ ଶାହରୁଖଙ୍କୁ ଲଂଚ କରିଥିଲି । ଏଥିପାଇଁ ମୁଁ ନିଜେ ନିଜକୁ କ୍ରେଡିଟ୍ ଦେଉଛି । ମୁଁ ତାଙ୍କୁ ଷ୍ଟାର୍ କରି ଗଢିତୋଳିନାହିଁ । ବରଂ ନିଜ ସିରିଏଲ୍ ପାଇଁ ଜଣେ ଦକ୍ଷ କଳାକାରଙ୍କୁ ଚୟନ କରିଥିଲି । ତା’ପରେ କ’ଣ ହେବ ଏବଂ ତାଙ୍କର ଜୀବନରେ କ’ଣ ପରିବର୍ତ୍ତନ ହେବ, ତାହା ମୁଁ ଜାଣିନଥିଲି’ ।

Leave a Reply

Your email address will not be published. Required fields are marked *