ଧାର କରଜରୁ ମୁକ୍ତି ପାଇବା ପାଇଁ ୩ଟି ସହଜ ଉପାୟ
ଆର୍ଥିକ ସଙ୍କଟରୁ ସାମୟିକ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଧାର କରଜ କରନ୍ତି । କିନ୍ତୁ ଏହାକୁ ଠିକ୍ ସମୟରେ ନଶୁଝି ପାରିଲେ, ଏହା ପରିବାର ମଧ୍ୟରେ କହଳ, ଅଶାନ୍ତି ଓ ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହେବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ଆସି ପହଞ୍ଚିଥାଏ । ତେବେ ଏସବୁକୁ ଦୂର କରିବାକୁ ଚାହୁଁଥିଲେ, ଆପଣ କେବଳ ୩ଟି ଉପାୟ କରନ୍ତୁ । ଏହାଦ୍ୱାରା ଧାରକରଜ ସମସ୍ୟା ରହିବ ନାହିଁ । ତେବେ ସେହି ୩ଟି ସହଜ ଓ ସରଳ ଉପାୟ ହେଉଛି –
୧- ଠାକୁର ଘରେ ଲକ୍ଷ୍ମୀ ଓ କୁବେରଙ୍କ ଏକ ଫଟୋ ରଖନ୍ତୁ । ମନେ ରଖନ୍ତୁ ଗୋଟିଏ ଫଟୋରେ ହିଁ ଲକ୍ଷ୍ମୀ ଓ କୁବେରଙ୍କ ଚିତ୍ର ଥିବା ଆବଶ୍ୟକ । ପ୍ରତିଦିନ ଧଳା କିମ୍ବା ହଳଦିଆ ଫୁଲରେ ଫଟୋକୁ ପୂଜା କରନ୍ତୁ ଭୋଗ ଲଗାନ୍ତୁ ।
୨- ଘରର ଐଶାନ୍ୟ କୋଣକୁ ସବୁବେଳେ ସଫା ରଖନ୍ତୁ । ସେଠାରେ ଯଦି ଷ୍ଟୋର୍ ରୁମ୍ ଥାଏ, ତାହେଲେ ଶୀଘ୍ର ତାହାର ପ୍ରତିକାର କରନ୍ତୁ ।
୩- ଘରର ଦକ୍ଷିଣ-ପଶ୍ଚିମ ଦିଗରେ ବାଥରୁମ୍ ଥିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖାଯାଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଗୋଟିଏ କାଚ ବାଉଲରେ କିଛି ଲୁଣ ନେଇ ତାହାକୁ ବାଥରୁମରେ ରଖିଦିଅନ୍ତୁ । ସପ୍ତାହରେ ଥରେ ସେହି ଲୁଣ ବଦଳାନ୍ତୁ ।