ଖରାଦିନରେ କିପରି ନେବେ ଶିଶୁଙ୍କ ଯତ୍ନ
ଶିଶୁଟିଏ ଜନ୍ମନେବାର ୨-୩ ବର୍ଷ ପର୍ଯ୍ୟନ୍ତ ଖାଦ୍ୟପେୟରୁ ଆରମ୍ଭ କରି ତା’ର ଦିନଚର୍ଯ୍ୟା ଓ ପୋଷାକ ସବୁଥିରେ ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ବିଶେଷ ଭାବେ ଖରାଦିନରେ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଅଧିକ ହୋଇଥାଏ । ଶିଶୁର ତ୍ୱଚା ବହୁତ କୋମଳ ହୋଇଥିବାରୁ ଗରମ ଯୋଗୁଁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ହେଉ କିମ୍ବା ଡିହାଇଡ୍ରେସନ୍ ଓ ଡାଇରିଆ ଏସବୁରୁ ସୁରକ୍ଷା ଦେବା ପାଇଁ ଆପଣ କେତୋଟି ସରଳ ଟିପ୍ସ ଆପଣାଇପାରିବେ । ତେବେ ଆସନ୍ତୁ ଜାଣିବା –
୧- ଖରାଦିନେ ଶିଶୁକୁ ନେଇ ଅଧିକ ସମୟ ବାହାରେ ରହନ୍ତୁ ନାହିଁ । ଯଦି ନିହାତି ଆବଶ୍ୟକ ପଡ଼େ, ତେବେ ଶିଶୁକୁ ହାଲ୍କା ଓ କଟନ୍ ପୋଷାକ ପିନ୍ଧାନ୍ତୁ ।
୨- ଘରେ ଥିବା ସମୟରେ ପ୍ରତି ୨-୩ ଘଣ୍ଟାରେ ଶିଶୁର ଚାଦର ବଦଳାନ୍ତୁ । କାରଣ ଝାଳ ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ରୋଗ ଦେଖାଯାଏ ।
୩- ସବୁ ସମୟରେ ଶିଶୁଙ୍କୁ କପଡ଼ାରେ ଘୋଡ଼ାଇ ରଖନ୍ତୁ ନାହିଁ । ମାର୍କେଟ୍ରେ ମିଳୁଥିବା ନାପକିନ୍ ବଦଳରେ ଖରାଦିନରେ କପଡ଼ାର ନାପକିନ୍ ପିନ୍ଧାନ୍ତୁ ।
୪- ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ କିମ୍ବା ପାଣିଯୁକ୍ତ ଫଳ ମଧ୍ୟ ଦେଇପାରିବେ ।
୫- ଗାଧୋଇବା ପରେ ସଙ୍ଗେ ସଙ୍ଗେ ନାପକିନ୍ ନ ପିନ୍ଧାଇ କିଛି ସମୟ ଛାଡ଼ନ୍ତୁ । ପୋଷାକ ପିନ୍ଧାଇବା ପୂର୍ବରୁ ବେକ, ଜଙ୍ଘ ଓ ପିଠିରେ ଭଲ ଭାବେ ବେବି ପାଉଡର୍ ପକାନ୍ତୁ ।
୬- ଡିହାଇଡ୍ରେସନ୍ ନହେବା ପାଇଁ ୨-୩ ଦିନ ବ୍ୟବଧାନରେ ଶିଶୁକୁ ପଇଡ଼ ପାଣି ଦିଅନ୍ତୁ ।