ଭୋଟ୍ ବେଳେ ପକ୍ଷପାତ: ବିଜେପି ଆଣିଲା ବୁଥ୍ ରିଗିଂ ଅଭିଯୋଗ
ବିଧି ଅନୁସାରେ ଭୋଟ୍ ପରିଚାଳନା ହୋଇ ନଥିବା ନେଇ ଅଭିଯୋଗ କରିଛି ବିଜେପି। ଏହି କ୍ରମରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନର ପକ୍ଷପାତୀ ଆଚରଣକୁ ଆଙ୍ଗୁଳି ଦେଖାଇଛନ୍ତି ଦଳର ଉପସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ରାଜ୍ୟର ସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ଦଳ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲା। କିନ୍ତୁ ସେଥିପ୍ରତି କୌଣସି ନଜର ଦିଆ ନଯିବା ହେତୁ ଗଞ୍ଜାମ ଜିଲ୍ଲାର ଚିକିଟିରେ ବିଜେପି କର୍ମୀ ଅପଦସ୍ତ ହୋଇଛନ୍ତି। ଦଳର ଏଜେଣ୍ଟଙ୍କୁ ବୁଥ୍ ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନାହିଁ। ଏପରିକି ବୁଥ୍ ରିଗିଂ ହୋଇଥିବା ମଧ୍ୟ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ବିଜେପିର ଚିକିଟି ବିଧାନସଭା ଆସନ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଛି। ଝାଟିଆପଦର ୮୨ ନମ୍ବର ବୁଥ୍ରେ ତାଙ୍କୁ ମାଡ଼ ମାରିଛନ୍ତି। ଏହାଛଡ଼ା ଏହି ନିର୍ବାଚନ ମଣ୍ଡଳୀର ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନାହିଁ।