ଶୁକ୍ରବାର ଆସିବେ ଶାହ, ୧୬ରେ ମୋଦି
ଭୁବନେଶ୍ଵର, (ଓଟି): ଆସନ୍ତା ମଙ୍ଗଳବାର ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଅଭିଭାଷଣ ରଖିବେ। ଅପରାହ୍ଣ ୫ଟା ବରମୁଣ୍ଡା ପଡ଼ିଆରେ ଏଥିଲାଗି ସ୍ଵତନ୍ତ୍ର ଆୟୋଜନ ହେବ। ଏହା ପୂର୍ବରୁ ମୋଦି ସେହିଦିନ ପୂର୍ବାହ୍ଣରେ ସମ୍ବଲପୁରର ହୀରାକୁଦ ରୋଡ୍ ସ୍ଥିତ ଲୋରପଙ୍କଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଉଦ୍ବୋଧନ ଦେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଖିରେ ରଖି ବିଜେପି ପକ୍ଷରୁ ଆୟୋଜିତ ଏହି ହେବିଓ୍ବେଟ୍ କ୍ୟାମ୍ପେନ୍ ୧୨ ତାରିଖରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ଶୁକ୍ରବାର ସକାଳୁ ସକାଳୁ ବିଜେପି କର୍ମୀଙ୍କ ଗହଣରେ ପହଞ୍ଚିାବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ାସ ଦୁଇଦିନ ଓଡ଼ିଶାରେ ରହିବେ। ୧୬ ତାରିଖଦିନ କେନ୍ଦୁଝରର ମେଡିକାଲ୍ ପଡ଼ିଆରେ ବିଜୟ ସଙ୍କଳ୍ପ ସଭା ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ତାରିଖ ଦିନ ଢେଙ୍କାନାଳ ଏବଂ ବଡ଼ମ୍ବାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେବେ। ଢଙ୍କୋନାଳର ମହିଷାପାଟ ଏବଂ ବଡ଼ମ୍ବାର ଟେନିସ ପଡ଼ିଆଠାରେ ଆବଶ୍ୟକ ଆୟୋଜନ ହୋଇଥିବା ନେଇ ମୁଖପାତ୍ର ଗୋଲକ ମହାପାତ୍ର ସ୍ପଷ୍ଟ କରିଛନ୍ତି।