୨୫ ବର୍ଷ ପରେ ପୁଣିଥରେ ପୁଲିସ୍ ଲୁକରେ ରଜନୀକାନ୍ତ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ତଲାଇବା ରଜନୀକାନ୍ତ ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ପୁଲିସ୍ ଅଫିସର୍ ଭାବେ ଦର୍ଶକଙ୍କ ସମାନାକୁ ଆସିବେ । ତେଣୁ ଏହାକୁ ନେଇ ତାଙ୍କର ଅଗଣିତ ପ୍ରଶଂସକ ଓ ସିନେପ୍ରେମୀ ଉତ୍ସାହିତ ଅଛନ୍ତି । ନିକଟରେ ରଜନୀଙ୍କ ଆଗାମୀ ଫିଲ୍ମ ‘ଦରବାର’ର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଲାଇକା ପ୍ରଡକସନ୍ ହାଉସ୍ ପକ୍ଷରୁ ଟି୍ୱଟ୍ ମାଧ୍ୟମରେ ଫିଲ୍ମର ନାଁ ଓ ଫାଷ୍ଟଲୁକ୍ ଜାରି କରାଯାଇଥିଲା । ଏହା ରଜନୀଙ୍କ ୧୬୭ତମ ଫିଲ୍ମ ହୋଇଥିବାରୁ ଫିଲ୍ମର ନାଁ ‘ତଲାଇବା ୧୬୭’ ରଖାଯିବ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ ପରେ ଏଥିରେ ପରିବର୍ତ୍ତନ କରି ‘ଦରବାର୍’ ବୋଲି ଔପଚାରିକ ଘୋଷଣା ହୋଇଛି । ଏହି ଫିଲ୍ମରେ ସୁପରଷ୍ଟାର୍ ରଜନୀକାନ୍ତ ଡବଲ୍ ରୋଲ୍ରେ ନଜର ଆସିବେ । ଗୋଟିଏ ଭୂମିକାରେ ପୁଲିସ୍ ଅଫିସର୍ ଓ ଅନ୍ୟ ଭୂମିକାରେ ସୋସାଲ୍ ଆକ୍ଟିଭିଷ୍ଟ୍ ଭାବେ ରଜନୀଙ୍କୁ ଦେଖିବାକୁ ମିଳିବ । ରଜନୀକାନ୍ତଙ୍କ ସହିତ ନୟନତାରା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ।

ଏ ଆର୍ ମୁରୁଗଦାସ୍ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ’କୋଲାବରି’ ଫେମ୍ ଅନିରୁଦ୍ଧ ରବିଚନ୍ଦର୍ ସଙ୍ଗୀତ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ପୋଷ୍ଟରରେ ରଜନୀଙ୍କୁ ଜଣେ ଆଇପିଏସ୍ ଅଫିସର୍ ଭାବେ ଦେଖିବାକୁ ମିଳିଛି । ରଜନୀଙ୍କ ବ୍ୟାକଗ୍ରାଉଣ୍ଡ୍ ଦୃଶ୍ୟ ଭାବେ ରହିଛି – ହାତକଡ଼ା, ପୁଲିସ୍ ବେଲ୍ଟ୍, ଟୋପି, ଆଇପିଏସ୍ ବ୍ୟାଜ୍, ରାଇଫଲ୍, ବୁଲେଟ୍ ଓ ଗେଟ୍ ୱେ ଅଫ୍ ଇଣ୍ଡିଆ । ଏହାର କ୍ୟାପସନ୍ ରହିଛି – ‘ମୁଝେ ଆପ୍ ଆଚ୍ଛା ଦେଖନା ଚାହତେ ହେଁ ୟା ବୁରା, ସବସେ ବୁରା’ । ଏହି ଫିଲ୍ମ ଆସନ୍ତା ବର୍ଷ ପୋଙ୍ଗଲରେ ସିନେମାଘରକୁ ଆସିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.