ଦେଶ ବିରୋଧରେ ଯୁଦ୍ଧ କରୁଛି ଫେସବୁକ : ଅଭିଜିତ୍ ଆୟାର ମିତ୍ର
ଫେସବୁକ ବିରୋଧରେ ପୁଲିସ୍ ଓ ନିର୍ବାଚନ କମିଶନଙ୍କଠାରେ ଅଭିଜିତଙ୍କ ଅଭିଯୋଗ
ଦେଶର ଜଣାଶୁଣା ସୁରକ୍ଷା ଓ ନୀତି ବିଶେଷଜ୍ଞ ଅଭିଜିତ୍ ଆୟାର ମିତ୍ର ଦିଲ୍ଲୀ ପୁଲିସ୍ ନିକଟରେ ସୋସାଲ ମିଡିଆ ନେଟୱର୍କ ଫେସବୁକ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଜିତଙ୍କ ଅଭିଯୋଗ ହେଉଛି, ଫେସବୁକ ଆଇଏସଆଇ ସହିତ ମିଶି ଭାରତୀୟ ନିର୍ବାଚନକୁ ପ୍ରଭାବିତ କରୁଛି। ନିର୍ବାଚନ କମିଶନଙ୍କ ନିକଟରେ ଏନେଇ ଅଭିଜିତ ଭଧ୍ୟ ଅଭିଯୋଗ କରିଛନ୍ତି।
ଅଭିଜିତଙ୍କ ଅଭିଯୋଗ ଅନୁସାରେ, ଫେସବୁକ ବିଦେଶୀ ଶକ୍ତିଙ୍କ ଇଶାରାରେ ଭାରତର ଆନ୍ତରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି। ଏହି ବିଦେଶୀ ଶକ୍ତିମାନଙ୍କ ମଧ୍ୟରେ ପାକିସ୍ତାନର ବଦାନାମ ଗୁପ୍ତଚର ସଂସ୍ଥା ଆଇଏସଆଇ ମଧ୍ୟ ସାମିଲ ହୋଇଛି।
ନିକଟରେ ଫେସବୁକ ନିଜ ପ୍ଲାଟଫର୍ମରୁ ଅନେକ ଓ୍ବେବସାଇଟକୁ ହଟାଇ ଦେଇଛି। ଏସମ୍ପର୍କରେ ଫେସବୁକ କହିଛି, ଏହି ଓ୍ବେବସାଇଟ ଗୁଡିକ ମିଛ ଖବର ପ୍ରସାରଣ କରୁଥିଲେ। କିନ୍ତୁ ବାସ୍ତବତା ହେଉଛି ଯେଉଁ ଓ୍ବେବସାଇଟଗୁଡିକ ରାଷ୍ଟ୍ରବାଦୀ ବିଚାରକୁ ପ୍ରସାର କରୁଥିଲେ ସେଗୁଡିକୁ ଫେସବୁକ ହଟାଇ ଦେଇଛି।
ସଂସଦ ମାର୍ଗ ଥାନାରେ ହୋଇଥିବା ଅଭିଯୋଗରେ ଫେସବୁକ ଭାରତ ଭାଇସ ପ୍ରେସିଡେଣ୍ଟ ଅଜିତ୍ ମୋହନ ଓ ସଂସ୍ଥାପକ ତଥା ଚେୟାରମ୍ୟାନ ମାର୍କ ଜୁକରବର୍ଗଙ୍କ ବିରୋଧରେ ତଦନ୍ତ କରାଯିବାକୁ ଦାବି କରାଯାଇଛି।
ଅଭିଜିତଙ୍କ ଅଭିଯୋଗ ଅନୁସାରେ ୧୭ ମଇ ୨୦୧୮ରେ ଫେସବୁକର ଗ୍ଲୋବାଲ ପଲିଟିକ୍ସ ଓ ଗଭର୍ଣ୍ଣମେଣ୍ଟ ଆଉଟରିଚ ଡ଼ାଇରେକ୍ଟର ଆମେରିକା ଥିଙ୍କ ଟ୍ୟାଙ୍କ ଆଟଲାଣ୍ଟିକ କାଉନସିଲ ସହିତ ମିଳିତ ଘୋଷଣା କରିଛି। ‘ଫେସବୁକ ପୃଥିବୀର ସବୁ ନିର୍ବାଚନରେ ସକାରାତ୍ମକ ଭୂମିକା ତୁଲାଇବ’ ବୋଳି ଏହି ଘୋଷଣାରେ ସହମତି ହୋଇଛି। ଅଭିଜିତଙ୍କ ଅନୁସାରେ ଏହାର ଅର୍ଥ ହେଉଛି ‘ଫେସବୁକ ଭାରତର ନିର୍ବାଚନ ପ୍ରକ୍ରିୟା ସମୟରେ ସୂଚନା ପ୍ରବାହକୁ ନିୟନ୍ତ୍ରିତ କରିବାକୁ ଚାହୁଁଛି’। ଅଭିଜିତ ତାଙ୍କ କଥାରେ ଯାହା ଗୁରୁତ୍ୱ ଦେଇଛନ୍ତି ତାହା ହେଲା ସୁଜା ନୱାବ ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ଆସିଫ ନୱାଜ ଜଞ୍ଜୁଆଙ୍କ ଭାଇ ଅଟଲାଣ୍ଟିକ କାଉନସିଲର ସଦସ୍ୟ ଅଛନ୍ତି।
ତେଣୁ ଫେସବୁକ ବିରୋଧରେ ଏହା ଛଡ଼ା ଅନେକ ତଥ୍ୟ ଦେଇ ଅଭିଜିତ୍ ଆୟାର ମିତ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।