ଶନିବାରଦିନ କରନ୍ତୁ ଏହି କାମ, କଟିଯିବ ବାସ୍ତୁ ଦୋଷ

ଘରର ବାସ୍ତୁଦୋଷ କାଟିବା ପାଇଁ କିମ୍ବା ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣ କେବଳ ଗୋଟିଏ କାମ କରିଦିଅନ୍ତୁ । ଏହି କାମ ଦ୍ୱାରା ସମସ୍ତ ବାସ୍ତୁଦୋଷ କଟିବା ସହିତ ଘରେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଥାଏ । ସାଧାରଣତଃ ସବୁଦିନେ ଆମେ ସକାଳେ ଓ ସନ୍ଧ୍ୟାରେ ଘର ସଫା କରିଥାଉ । କିନ୍ତୁ ଶନିବାର ଦିନ ବିଶେଷ ଭାବେ ଖଟତଳେ ଥିବା ଧୂଳି ସଫା କରିବା ସହିତ ପୂଜା ଥାକ କିମ୍ବା ଘରେ ଥିବା ପୂଜା ମନ୍ଦିରକୁ ସଫା କରନ୍ତୁ । ଏହାସହିତ ଠାକୁରଙ୍କୁ ନୂଆବସ୍ତ୍ର ପିନ୍ଧାନ୍ତୁ ।

ସକାଳେ ଏଭଳି କରିବା ପରେ ହନୁମାନ ମନ୍ଦିର ଯାଇ ସେଠାରୁ ପାଦୁକା ଜଳ ଆଣନ୍ତୁ ଏବଂ ଘରର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ସିଂଚନ କରନ୍ତୁ । ମନେ ରଖନ୍ତୁ ପାଦୁକା ପାଣି ଅନ୍ୟମାନଙ୍କ ପାଦରେ ଯେଭଳି ନଲାଗେ । ତେଣୁ ଖୁବ୍ ସାବଧାନତାର ସହ ଏହି ପାଦୁକା ପାଣିକୁ ସିଂଚନ କରନ୍ତୁ । ଲଗାତାର କିଛି ସପ୍ତାହ ଏଭଳି କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରକାରମାନେ ମତ ଦେଇଛନ୍ତି ।

Leave a Reply

Your email address will not be published.