କେମିତି ଲଗାଇବେ ସନସ୍କ୍ରୀନ୍ କ୍ରିମ୍, ଜାଣିରଖନ୍ତୁ କିଛି ଟିପ୍ସ୍
ଖରା ଓ ଗୁଳୁଗୁଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏମିତି ସମୟରେ ବିନା ସନସ୍କ୍ରୀନ୍ କ୍ରୀମରେ ବାହାରକୁ ଯିବା ସମ୍ଭବ ନୁହେଁ । କେବଳ ଖରାଦିନେ ନୁହେଁ, ବାହାରକୁ ଯିବା ସମୟରେ ସବୁବେଳେ ସନସ୍କ୍ରୀନ୍ କ୍ରୀମ୍ ଲଗାଇବା ଭଲ ବୋଲି ବିୟୁଟିସିଆନମାନେ ମତ ଦେଇଥାନ୍ତି । ଏହାଦ୍ୱାରା ତ୍ୱଚା କୋମଳ ରହିବା ସହିତ ଚେହେରାରେ ଚମକ ରହିଥାଏ । ଏହା ସହିତ ବ୍ରଣ, ବ୍ଲାକହେଡସ ଓ ସନବର୍ଣ୍ଣରୁ ମଧ୍ୟ ରକ୍ଷା ମିଳିଥାଏ । ତେବେ ସମସ୍ତେ ସନସ୍କ୍ରୀନ୍ କ୍ରୀମ୍ ନେଇ ଡାରେକ୍ଟ ତ୍ୱଚାରେ ଲଗାଇଥାନ୍ତି । କିନ୍ତୁ ଏଭଳି କରିବା ଆଦୌ ଠିକ୍ ନୁହେଁ । ଏଭଳି କଲେ ତ୍ୱଚାକୁ କ୍ଷତି ପହଞ୍ଚିଥାଏ ।
ତେବେ ଆସନ୍ତୁ ଜାଣିନେବା ସନସ୍କ୍ରୀନ୍ କ୍ରୀମ୍ ଲଗାଇବା ପୂର୍ବରୁ କିଛି ବିୟୁଟି ଟିପ୍ସ୍ ସମ୍ପର୍କରେ –
୧- ବାହାରକୁ ଯିବାର ୨୦ ମିନିଟ୍ ପୂର୍ବରୁ ସନସ୍କ୍ରୀନ୍ ଲଗାନ୍ତୁ । କିନ୍ତୁ ସନସ୍କ୍ରୀନ୍ ଲଗାଇବା ପୂର୍ବରୁ ମଇଶ୍ଚରାଇଜର୍ କ୍ରୀମ୍ ଲଗାନ୍ତୁ । ଆଖିପାଖରେ ଏହାକୁ ଲଗାନ୍ତୁ ନାହିଁ ।
୨- ବାହାରୁ ଆସିବା ପରେ ସଙ୍ଗେ ସଙ୍ଗେ ମୁହଁ ଧୁଅନ୍ତୁ ନାହିଁ । କାରଣ ଘରଭିତର ତାପମାତ୍ରାରେ ଶରୀରକୁ କିଛି ସମୟ ରହିବାକୁ ଦିଅନ୍ତୁ । ଏଭଳି କରିବା ଦ୍ୱାରା ସନସ୍କ୍ରୀନ୍ କ୍ରୀମ୍ ବିଶେଷ ଲାଭପ୍ରଦ ହୋଇଥାଏ ।
୩- ସନସ୍କ୍ରୀନ୍ ଲଗାଇବା ସମୟରେ ଏହାକୁ ହାଲକା ଭାବେ ତ୍ୱଚାରେ ମାଲିସ୍ କରନ୍ତୁ । ଏହାକୁ ଅଧିକ ପରିମାଣରେ ବ୍ୟବହାର କରନ୍ତୁ ନାହିଁ । ହାଲକା ପରସ୍ତ ଲଗାନ୍ତୁ ।