ଲଣ୍ଡା ହେଲେ ଟିଭି ଅଭିନେତ୍ରୀ, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାରଣ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପୃଷ୍ଟି ଶକ୍ତି ବିଗତ କିଛି ଦିନ ହେଲା ଅଭିନୟ ଜଗତରୁ ଗାଏବ୍ ଅଛନ୍ତି । କିନ୍ତୁ ଏବେ ସେ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ସେୟାର୍ କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହି ଫଟୋରେ ପୃଷ୍ଟି ବାଲଡ୍ ଲୁକ୍ରେ ନଜର ଆସିଛନ୍ତି । ଏମିତି ଏକ ଷ୍ଟେପ୍ ନେବା ପଛର କାରଣ ମଧ୍ୟ ପୃଷ୍ଟି ସେୟାର୍ କରିଛନ୍ତି । ତେବେ କାରଣଟି ମଧ୍ୟ ପ୍ରଶଂସକଙ୍କୁ ଅଜବ ମନେ ହେଉଛି । ଲଣ୍ଡା ହେବା ପଛର କାରଣ ହେଉଛି ୱିସ୍ ଲିଷ୍ଟ୍ । ପୃଷ୍ଟି ତାଙ୍କ ୱିସ୍ ଲିଷ୍ଟରେ ଲଣ୍ଡା ହେବାର ଇଚ୍ଛାକୁ ସାମିଲ୍ କରିଥିଲେ, ଯାହାକି ଏବେ ପୁରଣ ହୋଇଛି । ପୃଷ୍ଟିଙ୍କର ଏଭଳି ଅଜବ ଇଚ୍ଛା ସମ୍ପର୍କରେ ଜାଣିବା ପରେ ପ୍ରଶଂସକ ମହଲରେ ଏହାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ପୃଷ୍ଟି ଟ୍ୱିଟ୍ କରିଛନ୍ତି ଯେ – ‘ଏପ୍ରିଲ୍, ନୂଆ ମାସ ନୂଆ ଲୁକ୍’ । ବକେଟ୍ ଲିଷ୍ଟ୍ ମଧ୍ୟରୁ ଗୋଟିଏ ଇଚ୍ଛା ପୁରଣ ହେଲା’ । ୱେବସିରିଜ୍ ‘ଆଫତ୍’ରେ ଶେଷ ଥର ପାଇଁ ପୃଷ୍ଟିଙ୍କୁ ଦେଖିବାକୁ ମିଳିଥିଲା । ଟେଲି ଶୋ’ ‘ହମ୍ ପାଂଚ’ରେ ଏକ ଛୋଟ ଭୂମିକାରେ ଅଭିନୟ କରି ପୃଷ୍ଟି ଜଣେ ଦକ୍ଷ ଅଭିନତ୍ରୀର ପରିଚୟ ସୃଷ୍ଟି କରିପାରିଥିଲେ । ଏହାପରେ ପୃଷ୍ଟିଙ୍କୁ ‘ମାହି ବେ’ ଶୋ’ରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *