ଏପ୍ରିଲ୍ ୫ରେ ରିଲିଜ୍ ହେବନି ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’, ସୁପ୍ରିମକୋର୍ଟରେ ପହଂଚିଲା ମାମଲା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଣିତ ପ୍ରଶଂସକ ଓ ସିନେପ୍ରେମୀଙ୍କ ପାଇଁ ଏକ ନିରାଶଜନକ ଖବର ଆସିଛି । ମୋଦିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ବାୟୋପିକର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଇଛି । ଏହି ଫିଲ୍ମର ଷ୍ଟାରକାଷ୍ଟରୁ ଆରମ୍ଭ କରି ଫିଲ୍ମର ସୁଟିଂ ଓ କାହାଣୀ ସବୁ କ୍ଷେତ୍ରରେ କିଛି ନା କିଛି ସସମ୍ୟା ଲାଗିରହିଥିଲା । ଏହି ଧାରାରେ ଏବେ ଆଉ ଏକ ସମସ୍ୟା ଆସି ପହଞ୍ଚିଛି । ସମସ୍ୟାଟି ହେଉଛି ଏହି ବାୟୋପିକ୍ ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ଏଥର ଫ୍ରାଇଡେ ରିଲିଜରେ ସିନେମାଘରକୁ ଆସିବ ବୋଲି ପୂର୍ବ ନିର୍ଦ୍ଧାରିତ ଥିଲା । କିନ୍ତୁ ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧି ଦଳ ଏହାର ରିଲିଜ୍ ଡେଟକୁ ବଦଳାଇବା ପାଇଁ ଦାବି କରୁଛନ୍ତି । ଏହା ଆଦର୍ଶ ନିର୍ବାଚନର ଆଚାର ସଂହିତାକୁ ଉଲ୍ଲଘଂନ କରୁଛି ବୋଲି ବିରୋଧି ଦଳ ପକ୍ଷରୁ କୁହାଯାଉଛି ।

ତେଣୁ ଏହାକୁ ରିଲିଜ୍ ନ କରିବା ପାଇଁ ଦିଲ୍ଲୀ, ଲକ୍ଷେ୍ନା ଓ ଆଲାହାବାଦ୍ ହାଇକୋର୍ଟରେ କେତୋଟି ମାମଲା ଦାୟର କରାଯାଇଛି । ସେଥିମଧ୍ୟରୁ ଦୁଇଟି କୋର୍ଟ ଏହାକୁ ଖାରଚ କରିଦେଇଛନ୍ତି । ତେଣୁ ଏ ସମ୍ପର୍କରେ ଅଭିଯୋଗକାରୀମାନେ ମାମଲାଟିକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନେଇଯାଇଛନ୍ତି । ଏହାର ଶୁଣାଣୀ ଆସନ୍ତା ୮ ତାରିଖରେ ହେବ ବୋଲି ସୂଚନା ମିଳିଛି । ତେବେ ଶୁଣାଣୀ ପରେ ନୂଆ ରିଲିଜ୍ ଡେଟର ଘୋଷଣା କରାଯିବ ।

Leave a Reply

Your email address will not be published.