ପିଇବା ପାଣି, ରାସ୍ତା, ନିଯୁକ୍ତି ଯୋଗାଇବାରେ ବିଜେଡି ବିଫଳ: ଏଡିଆର୍‌ ରିପୋର୍ଟ

ଭୁବନେଶ୍ୱର, (ଓଟି ): ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ଦୀର୍ଘ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେଡି ନେତୃତ୍ୱାଧୀନ ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ଆଶା ପୂରଣକରିବାରେ ଏହି ସରକାର ଯଥେଷ୍ଟ ପଛରେ ପଡ଼ିଥିବା ନେଇ ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମସ୍‍ (ଏଡିଆର୍‍)ପ୍ରକାଶ କରିଛନ୍ତି ।
ଦେଶର ବିଭିନ୍ନ ପ୍ରାନ୍ତରେ ସରକାରଙ୍କଠାରୁ ଲୋକଙ୍କ ଆଶା, ତାହାର ଉପଲବ୍ଧି ତଥା ଭୋଟରଙ୍କ ସନ୍ତୁଷ୍ଟିକୁ ପ୍ରଶ୍ନ କରି ଏଡିଆର୍‍ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା । ସମୁଦାୟ ୨ଲକ୍ଷ ୭୩ ହଜାର ୪୮୭ ଜଣ ନାଗରିକ ଯେଉଁମାନେ ଭୋଟର ଭାବେ ଗଚ୍ଚାଯାଆନ୍ତି ସେମାନେ ଏହି ସର୍ବେକ୍ଷଣରେ ସାମିଲ୍‍ ହୋଇଥିଲେ । ଦଶରେ ନିର୍ବାଚନ, ତଥା ନିର୍ବାଚିତ ସରକାରଙ୍କ ସମ୍ପର୍କରେ ମୂଲ୍ୟାୟନ କରୁଥିବା ଏଡିଆର୍‍ର ଏହି ରିପୋର୍ଟରେ ଓଡ଼ି଼ିଶା ଭିତ୍ତିକ ରିପୋର୍ଟ ବେଶ୍‍ ଓଙ୍ଗ଼଼ିଶାରେ ସରକାରୀ ଦଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼଼ିଶାରେ ଶଶସନ କରୁଥିବା ସରକାର ତଥା ବିଜେଡି ସରକାର ଲୋକଙ୍କ ଆଶାର ଅଧା ବି ପୂରଣ କରିପାରି ନାହାନ୍ତି । ଲୋକେ ନିଜ ମତରେ ଦର୍ଶାଇଛନ୍ତି ଯେ, ପିଇବା ପାଣି, ଭଲ ରାସ୍ତା ଏବଂ ନିଯୁକ୍ତି କ୍ଷେତ୍ରରେ ତାଙ୍କ ଆଶା ପୂରଣ ହେବାତ ଦରେ ଥାଉ ଏହା ବହୁତ ପଛରେ ପଡ଼ି ରହିଛି । ରାଜନୀତିକ ବାଦ ବିବାଦରେ ତାଙ୍କ କଥାକୁ ଅଗ୍ରାଧିକାର ଦିଆଯାଉ ନାହିଁ ।


୨୦୧୮ ମସିହା ଅକ୍ଟୋବରରୁ ଡିସେମ୍ବର ମାସ ଭିତରେ ଏହି ସର୍ବେକ୍ଷଣ କରାଯାଇଥିଲା । ଅଧିକ ବ୍ୟାଖ୍ୟା କରାଯାଇ ଏହି ରିପୋଟରେ କୁହାଯାଇଛି ଯେ, ସାରା ଓଡ଼ିଶାରେ ପାନୀୟ ଜଳ ଯୋଗାଣ ୪୪.୦୫% ଲୋକଙ୍କ ପାଇଁ ଏକ ପ୍ରମୁଖ ଭୋଟର ପ୍ରସଙ୍ଗ ହେବ । ଏହା ତଳକୁ , ନିଯୁକ୍ତି ସୁବିଧା (୪୧.୯୫%) ଓ ତୃତୀୟ ସ୍ଥାନରେ ଉତ୍ତମ ରାସ୍ତା (୩୭.୩୦%) ନିର୍ବାଚନ ପ୍ରସଙ୍ଗ ଭାବେ ଉଭା ହେବ ।
ଓଡ଼ିଶାର ଗ୍ରାମାଞ୍ଚଳରେ ଭୋଟରଙ୍କ ପ୍ରମୁଖ ଆବଶ୍ୟକ କ’ଣ ଥିଲା ପ୍ରଶ୍ନର ଉତ୍ତରରେ ଯାହା ସ୍ପଷ୍ଟ ହୋଇଛି ସେଥିରେ ଆଗୁଆ ରହିଛି କୃଷି ପାଇଁ ପାଣି(୪୩%) । ଦ୍ୱିତୀୟରେ ପାନୀୟଜଳ ବ୍ୟବସ୍ଥା(୪୩%) ଏବଂ ତୃତୀୟରେ ଉତ୍ତମ ନିଯୁକ୍ତି ସୁବିଧା (୪୧%) । ସରକାରଙ୍କ ସଫଳତା ନଜରରେ ରଖି ୫ ଅଙ୍କରୁ କୃଷି କ୍ଷେତ୍ରରେ ପାଣି ଯୋଗାଣରେ ୨.୪୮, ପାନୀୟ ଜଳ ଯୋଗାଣରେ ୨.୩୨, ଉତ୍ତମ ନିଯୁକ୍ତି ସୁବିଧା ଦେବାରେ ୨.୨୭ ରହିଥିଲା । ଏହି କ୍ଷେତ୍ରରେ ବି ସରକାରଙ୍କ ସଫଳତା ଆଶାଠାରୁ ବହୁ ଦୂରରେ ।

ସର୍ବେକ୍ଷଣରେ ପଚରାଯାଇଥିବା ପ୍ରଶ୍ନରେ ସେମାନଙ୍କୁ ସମୁଦାୟ ୫ ଅଙ୍କ(ମାର୍କ)ରୁ କେତେ ମାର୍କ ଦେବେ ବୋଲି ପଚରାଯାଇଥିଲା । ମତଦାତାମାନେ ଯାହା ରିପୋର୍ଟ ଦେଲେ ତାହା ୨.୫ ପ୍ରତିଶତରୁ ବି ଉପରକୁ ଉଠିଲା ନାହିଁ । ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ସଫଳତାକୁ କେତେ ମାର୍କ ଦେବେ? ଏହି ପ୍ରଶ୍ନର ହାରାହାରି ଉତ୍ତର ମାର୍କ ରହିଛି ୨.୩୦ । ସେହିପରି ନିଯୁକ୍ତି କ୍ଷେତ୍ରରେ ୨.୩୦, ଉତ୍ତମ ସଡ଼କ ଯୋଗାଣରେ ୨.୨୮ ମାର୍କ ମିଳିଛି। ଏହା ଭୋଟରଙ୍କ ଆଶାଠାରୁ ଏହା ବହୁ ପଛରେ ବୋଲି ଅନୁଶୀଳନରେ ଦର୍ଶାଯାଇଛି ।

ଏହା ବ୍ୟତୀତ ଗ୍ରାମାଞ୍ଚଳରେ ସରକାର ୫ ଅଙ୍କରୁ ଉତ୍ତମ ଡ଼ାକ୍ତରଖାନା/ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗାଣରେ ୨.୧୪, ଉତ୍ତମ ରାସ୍ତା ଦେବାରେ ୨.୩୨ ଏବଂ କୃଷି ପାଇଁ ବିଦ୍ୟୁତ୍ ଯୋଗାଇବାରେ ୨.୪୫ ପାଇଥିଲା । ଏ କ୍ଷେତ୍ରରେ ସରକାରଙ୍କ ପ୍ରଦର୍ଶନ ଦୁର୍ବଳ ରହିଛି । ଓଡ଼ିଶା ସହରାଞ୍ଚତ୍ତଳରେ ମଧ୍ୟ ଭୋଟରଙ୍କ ମତରେ ପାନୀୟ ଜଳ(୪୮%), ଉତ୍ତମ ନିଯୁକ୍ତି ସୁଯୋଗ(୪୫%) ଏବଂ ଉତ୍ତମ ଡାକ୍ତରଖାନା/ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(୪୩%) ପ୍ରମୁଖ ୩ଟି ପ୍ରସଙ୍ଗକୁ ପ୍ରାଥମିକତା ରହିଥିଲା । ସହରାଞ୍ଚତ୍ତଳର ଭୋଟରଙ୍କ ମତାମତ ଅନୁଯାୟୀ ସରକାର ପାନୀୟ ଜଳ ପାଇଁ ୨.୨୫, ନିଯୁକ୍ତି ସୁଯୋଗରେ ୨.୩୯% ଏବଂ ଡାକ୍ତରଖାନା ପାଇଁ ୨.୧୨ ଅଙ୍କ ପାଇ ବିଶେଷ ସଫଳତା ପାଇପାରିନାହାନ୍ତି । ଥି ସହ ଉତ୍ତମ ରାସ୍ତା(୨.୧୫), ପାଣି ଓ ବାୟୁ ପ୍ରଦୂଷଣ(୨.୨୭) ରୋକିବାରେ ସହରାଞ୍ଚତ୍ତଳରେ ସରକାରଙ୍କ ପ୍ରଦର୍ଶନ ଦୁର୍ବଳ ରହିଥିଲା ।

Leave a Reply

Your email address will not be published.