ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେଡି ଟିକଟ : ପ୍ରତାପ ଷଡଙ୍ଗୀ

ବିଜୁ ଜନତା ଦଳର ଯେଉଁ ସାଂସଦ ଓ ବିଧାୟକମାନେ ଚିଟ୍‍ ଫଣ୍ଡରେ ସାମିଲ ଥିଲେ ସେମାନେ ସମସ୍ତଙ୍କୁ ଏବେ ପୁଣି ବିଜେଡି ଡାକିଆଣି ଟିକେଟ ଦେଇଛି। ତେଣୁ ଚିଟଫଣ୍ଡ ମାନେ ବିଜେଡି, ବିଜେଡି ମାନେ ଚିଟଫଣ୍ଡ, ଏକଥା ଆଜି ଓଡିଆ ଲୋକ ମାନଙ୍କ ପାଖରେ ଆଉ ଅବୁଝା ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ।

ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗରିବ ଲୋକମାନଙ୍କର ଝାଳ ବୁହା ଅର୍ଥକୁ ଲୁଟ କରାଯାଇଥିବା ଚିଟ୍ ଫଣ୍ଡ ଠକେଇର ଅର୍ଥରେ ଶାସକ ବିଜେଡି ଗତ ୨୦୦୯ରେ ନିର୍ବାଚନ ଲଢିଥିଲା। ପୁଣି ୨୦୧୪ ମସିହା ନିର୍ବାଚନ ପୂର୍ବରୁ କର୍ପସ ଫଣ୍ଡ ଗଠନ କରି ଚିଟଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ଅର୍ଥ ଫେରାଇବାର ଘୋଷଣା କରିଥିଲେ। ୫ ବର୍ଷ ବତି ଗଲାଣି, ମାତ୍ର କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଟଙ୍କାଟିଏ ମଧ୍ୟ ମିଳିଲା ନାହିଁ।

ସେ କହିଛନ୍ତି ଯେ କର୍ପସ ପାଣ୍ଠି ଗଠନ କାହିଁକି ହୋଇଥିଲା? ସାଧାରଣ କରଦାତାଙ୍କ ଟିକସରେ ଗଠିତ କର୍ପସ ପାଣ୍ଠିର ଅର୍ଥ କାହାକୁ ମିଳିଲା ? ବର୍ତମାନ ସୁଦ୍ଧା କାହିଁକି ପ୍ରଦାନ କରାଯାଇ ପାରିଲା ନାହିଁ ? ରାଜ୍ୟର ପାଖାପାଖି ୨୦ ଲକ୍ଷ ପରିବାର ଚିଟଫଣ୍ଡର ଶିକାର ହୋଇଛନ୍ତି। ୧୩ ଲକ୍ଷ ଜମାକାରୀ କମିଶନଙ୍କ ପାଖରେ ସତ୍ୟପାଠ ପ୍ରଦାନ କରିଥିବା ବେଳେ ସେଥିରୁ ମାତ୍ର ୩ ଲକ୍ଷ ୬୧ ହଜାର ୮୧୭ ଜଣକ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ମାତ୍ର ୧୭୦୪ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି।

ଏବେ ବିଜେଡି ୨୦୧୯ ନିର୍ବାଚନରେ ଚିଟଫଣ୍ଡ ଲୁଟରେ ଯେତେ ନେତା ମାନେ ସାମିଲ ଥିଲେ ସେ ସମସ୍ତ ନେତାଙ୍କୁ ପୁଣି ଥରେ ଟିକେଟ ଦେଇଛି। ଜଣେ ହେଲେବି ନେତାମାନଙ୍କର ଟିକେଟ ନବିନ ବାବୁ କାଟିଲେ ନାହିଁ। ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥିବା ବେଳେ ଏବେ ବେଲରେ ଅଛନ୍ତି। ସେ କିନ୍ତୁ ଏବେ ବାଲେଶ୍ୱର ଜିଲ୍ଲାରେ ସବୁଠି ବଡ ବଡ ହୋଡିଂ ଲଗାଇ ନିଜକୁ ଶ୍ରେଷ୍ଟ ସାସଂଦ ବୋଲି ପ୍ରଚାର କରୁଛନ୍ତି। ସିସୋର୍ ଗ୍ରୁପ୍ର ୧୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜାନୁଆରୀ ୧୫ ତାରିଖ ୨୦୧୫ ମସିହାରେ ସିବିଆଇ ତାଙ୍କୁ ୬ ଘଣ୍ଟା ଜେରା କରିଥିଲା। ତାଙ୍କ ଘରକୁ ମଧ୍ୟ ଜାନୁଆରୀ ୧୨ ତାରିଖ ୨୦୧୭ ମସିହାରେ ରେଡ୍ କରାଯାଇଥିଲା। ସେତେବେଳେ ସେ ଗିରଫ ଭୟରେ ଆତ୍ମଗୋପନ କରିଥିଲେ।

ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ନବିନ ବାବୁ ବିଜେଡିର ପୁର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମାଙ୍କୁ ଟିକେଟ ଦେଇଛନ୍ତି। ଚିଟଫଣ୍ଡ କମ୍ପାନୀର ଅର୍ଥକୁ ସଂଜୟଙ୍କ ପରିବାର ମାଲିକାନାରେ ଥିବା ପାଂଚୋଟି କମ୍ପାନିରେ ବିନିଯୋଗ କରାଯାଇଛି। ଅର୍ଥ ତତ୍ୱ ପଇସାରେ ଦୁଇଟି ପାଜେରୋ କିଣିଥିଲେ ଦାଶବର୍ମା। ସେହିପରି ବିଜେଡିର ପୁର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କର ଅତ୍ୟନ୍ତ ଏକାନ୍ତ ତଥା ବ୍ୟକ୍ତିଗତ ସହାୟକ ପ୍ରଫୁଲ୍ଲ ସିଂଙ୍କୁ ସି ସୋର ଚିଟ ଫଣ୍ଡ ଠକେଇ ସମ୍ପୃକ୍ତରେ ସିବିଆଇ ଜେରା କରିଥିଲା। ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ଗ୍ରୁପ କମ୍ପାନି ସହ ରାଜ୍ୟ ସରକାର ଅନେକ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର କରିଥୀଲେ।

ବରଗଡ ସାଂସଦ ଆସନ ପାଇଁ ବିଜେଡି ଟିକେଟରେ ଲଢୁଥିବା ପ୍ରସନ୍ନ ଆଚାର୍ଯ୍ୟ ଗ୍ରିନରେ ଚିଟଫଣ୍ଡ କମ୍ପାନୀର ବାଲେଶ୍ୱରରେ ଥିବା ମେଡିସିନ କାରଖାନାକୁ ୨୦୦୧ ମସିହାରେ ଉଦଘାଟନ କରିଥିଲେ। ମେଡିସିନ ନାଁରେ ସେହି ସଂସ୍ଥା ବାଲେଶ୍ୱରରେ ନିଶା ଔଷଧ ତିଆରି କରୁଥିଲା। ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ସିସୋରକୁ ସରକାରୀ ଡାକ୍ତରଖାନା ବି ଚଲାଇବାର ଠିକା ଦିଆଯାଇଥିଲା। ପ୍ରଭାତ ତ୍ରିପାଠି ଓ ପ୍ରଭାତ ବିଶ୍ୱାଳ ଏହି ଦୁଇ ଜଣ ଚିଟ ଫଣ୍ଡ ଠକେଇରେ ଗିରଫ ହୋଇଥିଲେ। ଏବେ ସେମାନଙ୍କର ପୁଅ ମାନଙ୍କୁ ଟିକେଟ ଦିଆଯାଇଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published.