ଆଲିଆ-ରଣବୀର୍ କରି ସାରିଛନ୍ତି ନିର୍ବନ୍ଧ!
ବି ଟାଉନରେ ଆଲିଆ ଓ ରଣବୀରଙ୍କ ସମ୍ପର୍କକୁ ନେଇ ସବୁବେଳେ କିଛି ନା କିଛି ଖବର ଶୁଣିବାକୁ ମିଳିଥାଏ । ଏବେ ଏହି ଧାରାରେ ଆଉ ଏକ ଜବରଦସ୍ତ ଖବର ଆସିଛି ଯେ ରଣବୀର୍ ଓ ଆଲିଆ ନିର୍ବନ୍ଧ କରି ସାରିଛନ୍ତି । ସ୍ୱିଜରଲାଣ୍ଡରେ ରଣବୀର୍ ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ଆଣ୍ଠୁମାଡ଼ି ବସି ଆଲିଆଙ୍କୁ ପ୍ରପୋଜ୍ କରିଥିଲେ ଏବଂ ନିର୍ବନ୍ଧ ପରେ ସେମାନେ ଏକ ଗ୍ରାଣ୍ଡ୍ ପାର୍ଟି ଦେଇଥିଲେ ବୋଲି ମିଡିଆ ସୂତ୍ରରୁ ସୂଚନା ପ୍ରକାଶ ପାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଆଲିଆ କିମ୍ବା ରଣବୀର୍ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ବିଗତ ଦିନରେ ଆଉ ଏକ ଚର୍ଚ୍ଚା ହେଉଥିଲା ଯେ ଋଷି କାପୁର୍ ଭାରତ ଆସିବା ପରେ ଏହି ଲଭବାର୍ଡ଼ଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହେବ । ନିକଟରେ ଆୟୋଜିତ ଫିଲ୍ମ ଫେୟାର୍ ଆୱାର୍ଡ଼ ଉତ୍ସବରେ ଏହି ଯୋଡ଼ିଙ୍କ ରୋମାଣ୍ଟିକ୍ ଅନ୍ଦାଜ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଉତ୍ସବରେ ଏହି ଯୋଡ଼ିଙ୍କ କିସିଙ୍ଗ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରଠାରୁ ଏହି ଯୋଡ଼ିଙ୍କ ବିବାହ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ତେବେ ପ୍ରକୃତ ଖବର କ’ଣ ସେକଥା କେବଳ ସମୟ ହିଁ କହିବ ।