ଅନନ୍ତ, ପ୍ରଣବ ଓ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଟିକେଟ୍

ବିଜେଡି ଆଜି ୭ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଶେଷରେ ଚାପର ବଶବର୍ତ୍ତୀ ହୋଇ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡି ଟିକେଟ୍ ଦେଇଛି। ସେଠାରେ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କଟିଛି। ସେହିପରି ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରାଯାଇଛି।

ସେହିପରି ଭୁବନେଶ୍ୱର-ଉତ୍ତର ଆସନରୁ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରିବର୍ତ୍ତେ ବିଲଡର ସୁଶାନ୍ତ କୁମାର ରାଉତ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, କୋରେଇରୁ ଅଶୋକ ବଳ, ପାଲଲହଡ଼ାରୁ ମୁକେଶ ପାଲ, ଆଠମଲ୍ଲିକରୁ ସଞ୍ଜିବ ସାହୁଙ୍କ ପରିବର୍ତ୍ତେ ରମେଶ ଚନ୍ଦ୍ର ସାଏଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ଦଳ ସ୍ଥିର କରିପାରି ନାହିଁ ।

ମହେଶ ସାହୁ – ଚନ୍ଦ୍ରାଣୀ ମୁର୍ମୁୁ ଲୋକସଭା ପ୍ରାର୍ଥୀ

ଢେଙ୍କାନାଳ ଲୋକସଭା ଆସନ ପାଇଁ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ କେନ୍ଦୁଝର ଲୋକସଭା ଆସନରୁ ସଫ୍ଟୱେୟାର ଇଞ୍ଜିନିୟର ଚନ୍ଦ୍ରାଣୀ ମୁର୍ମୁୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଏପର୍ଯ୍ୟନ୍ତ ୨୧ ଲୋକସଭା ଆସନରୁ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି ।

ବିଜେଡି ଏପର୍ଯ୍ୟନ୍ତ ୧୪୪ଟି ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୩ରୁ ଦକ୍ଷିଣ ଓଡ଼ିଶାରୁ ନବୀନଙ୍କ ମାରାଥନ ପ୍ରଚାର ଆରମ୍ଭ

ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ

କଂଗ୍ରେସ-ବିଜେଡି ଗରିବ ଓ କୃଷକଙ୍କ ଶତ୍ରୁ


Leave a Reply

Your email address will not be published. Required fields are marked *