ବିଜେଡିକୁ ରାମଚନ୍ଦ୍ର ଓ ବିଜେପିକୁ ପୁରୁଷୋତ୍ତମ ଚିନ୍ତା; ବାଜି ମାରି ନେବ କି ଜେଏମଏମ

ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ଆସନ୍ତ ୨ରୁ ୯ ତାରିଖ ମଧ୍ୟରେ ହେବ ପ୍ରାଥିର୍ପତ୍ର ଦାଖଲ। ବିଜେପିର ୯ଟି ବିଧାନସଭା ସିଟ ମଧ୍ୟରୁ ୭ଟି ଘୋଷଣା କରିସାରିଥିବା ବେଳେ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ବିଜେଡିରେ ଗୋଷ୍ଠୀ କନ୍ଦଳ ଏବଂ ନୁଆ ମୁହଁ ଆଦି ବିଭିନ୍ନ ସମସ୍ୟା ଲାଗି ରହିବାରୁ ପ୍ରାର୍ଥୀ ଚୟନ ବିଳମ୍ୱ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ବିଶୋଇ ବ୍ଲକ ଖଡମବେଡା ପଞ୍ଚାୟତର ସରପଞ୍ଚ ଅମର ସିଂ ଟୁଡୁଙ୍କୁ ମିଳିଛି ଦାୟିତ୍ୱ। ଅନ୍ୟପଟେ କଂଗ୍ରେସର ଘର ସଜଡା ସରି ନାହିଁ। ଏଣୁ କଂଗ୍ରେସ ହୁଏତ ଜେଏମଏମର ଘୋଷଣା ମୁତାବକ ମେଣ୍ଟ କରିଛି। ଏଭଳି ସ୍ଥିତିରେ ବିଜେଡିରୁ ନିଲମ୍ୱିତ ହୋଇଥିବା ସାଂସଦ ରାମଚନ୍ଦ୍ର ହାଂସଦା ଓ ବିଜେପିରୁ ଟିକଟ ହାତେଇବାରେ ବିଫଳ ହୋଇଥିବା ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକଙ୍କୁ ନେଇ ଚିନ୍ତାରେ ଦଳୀୟ ନେତାମାନେ ରହିଥିବା ଦେଖିବାକୁ ମିଳିଛି।

ସାଂସଦ ରାମଚନ୍ଦ୍ର ହାଁସଦା ବିଜଦରୁ ଟିକଟ ପାଇଁ ବହୁ ପ୍ରୟାସ କରିଥିଲେ ସୁଦ୍ଧା ଦଳ ତରଫର ସେଭଳି ତପିରତା ଦେଖାଯାଇନାହିଁ। ଏବେ ଶୁଣିବାକୁ ମିଳୁଛି ଯେ ସେ ହୁଏତ ଜେଏମଏମରୁ ଟିକଟ ନେଇ ରାଜ୍ୟ ସଭାପତି ମହେଶ ହେମ୍ୱ୍ରମଙ୍କ ବଦଳରେ ସାରସକଣାରୁ ବିଧାୟକ ପ୍ରାର୍ଥୀ ଭାବେ ଠିଆ ହୋଇପାରନ୍ତି। ଯଦି ନହୁଏ ତା’ ହେଲେ ରାମଚନ୍ଦ୍ର ସ୍ୱାଧୀନ ଭାବେ ମଧ୍ୟ ନିର୍ବାଚନ ଲଢିବେ ବୋଲି ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଟିକଟକୁ ନେଇ ଦ୍ୱନ୍ଦ୍ୱ ଭିତରେ ଥିବା ବିଧାୟକ ଭାଦବ ହାଁସଦାଙ୍କ ସମସ୍ତ ରଣକୌଶଳ ଫେଲ ମାରିଛି। ଯଦି ରାମଚନ୍ଦ୍ର ହାଁସଦା ସ୍ୱାଧୀନ ଭାବେ ନିର୍ବାଚନ ଲଢନ୍ତି ଚତା’ ହେଲେ ସାରସକଣାରେ କାର୍ଯ୍ୟ କରୁଥିବା ସାଂସଦଙ୍କ ଏକ ବଡ ଟିମ ବିଜେଡିରୁ କଟିବ। ଅନ୍ୟପଟେ ଜିଲ୍ଲ ସାଧାରଣ ସମ୍ପାଦକ ନିଜ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଦିଆଯାଉ ବୋଲି ଜିଦ ଧରି ବସିଥିବା ବେଳେ ଅମରେନ୍ଦ୍ର କରଙ୍କ ଟିମ ମଧ୍ୟ ବିଧାୟକ ଭାଦବକୁ ବିରୋଧ କରି ଦାବି ମୁତାବକ ନିଜ ପ୍ରୟାସରେ ସଫଳ ହୋଇଛନ୍ତି। ଏପରି ସ୍ଥିତିରେ ବିଜେଡି ତିନି ଫାଳ ହୋଇ ନିର୍ବାଚନ ଲଢିବା କଷ୍ଟକର ହେବ।

ସେହିପରି ବିଜେପିର ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ ଦୀର୍ଘ ବର୍ଷ ଧରି ସାରସକଣାରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ବିଜେପି ରାଜ୍ୟରେ ସମୀକରଣ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖି ନୂତନ ଭାବେ ଆସି ମିଶିଥିବା ଚିକିତ୍ସକ ଡ.ବୁଢାନ ମୁର୍ମୁଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ସାରସକଣାରୁ ଟିକଟ ଦେଇଛି। ଏଥିରେ ଉତକ୍ଷିପ୍ତ ହୋଇପଡିଛନ୍ତି ପୂର୍ବତନ ବିଧାୟକ ପୁରୁଷୋତ୍ତମ। ଯଦି ସମର୍ଥକମାନେ ଚାହାନ୍ତି ତା’ହେଲେ ସେ ସ୍ୱାଧୀନରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି। ଟିକଟ ଘୋଷଣା ପରେ ବିଶୋଇରୁ ବିଜେପି ବିଧାୟକ ସିଟ ପାଇଁ ଆଶାୟୀ ରହିଥିବା ଗୁରୁଭା ମୁର୍ମୁ ମଧ୍ୟ ନିରାଶ ହୋଇଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିରେ ମୋହନ-ଅର୍ଜୁନ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published.