ଭଦ୍ରକ ବିଜେଡିରେ ଅସନ୍ତୋଷର ନିଆଁ
ଭଦ୍ରକ ରାଜନୀତି ଏତେଶୀଘ୍ର ମୋଡ଼ ବଦଳାଇବ ବୋଲି କିଏ ଭାବିଥିଲା? ବରିଷ୍ଠ ସାଂସଦ ଅଜୁର୍ନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଭଦ୍ରକ ବିଧାୟକ ବରିଷ୍ଠ ନେତା ଯୁଗଳ ପଟ୍ଟନାୟକଙ୍କୁ ଟିକଟ ନଦେଇ ଧାମନଗରର ପୂର୍ବତନ ସ୍ୱର୍ଗତ ବିଧାୟକ ମାନସ ମଲିକଙ୍କ ସାନଭାଇ ସଞ୍ଜିବ ମଲ୍ଲିକ (ବଣୁ)ଙ୍କୁ ବିଜେଡି ଟିକଟ ଦେବା ପରେ ଯୁଗଳ ଏବଂ ତାଙ୍କ ପୁଅ ବୁଲୁ (ଅସିତ) ବିଦ୍ରୋହୀ ଭୂମିକାକୁ ଚାଲିଗଲେଣି।
ଯୁଗଳଙ୍କ ବୟସ ଦୃଷ୍ଟିରୁ ପୁଅ ଅସିତ ଟିକଟ ପାଇବେ ବୋଲି ସେ ଆଶା କରିଥିଲେ। କିନ୍ତୁ ପ୍ରଫୁଲ ସାମଲଙ୍କୁ ଭଣ୍ଡାରୀପୋଖରୀ ଟିକଟ ମିଳିବା ବେଳେ ତାଙ୍କୁ କିମ୍ୱା ପୁଅକୁ ଟିକଟ ନମିଳିବା ଯୋଗୁଁ ଯୁଗଳ ଭୀଷଣ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି।
କିନ୍ତୁ ଯୁଗଳଙ୍କ ଅସନ୍ତୋଷର କାରଣ ହେଉଛନ୍ତି ପ୍ରଫୁଲ ସାମଲ। ପ୍ରଫୁଲ ଲୋକପ୍ରିୟତା ହରାଇ ସାରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ ପ୍ରଫୁଲ ତେଣେ ସାମ୍ନା କରିବେ।
ଲୋକସଭାରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି। ଏହାକୁ ନେଇ ଚାରିଆଡେ଼ ଅସନ୍ତୋଷ। ତେଣୁ ଭଦ୍ରକ ଆଉ ବିଜେଡି ଗଡ଼ ହୋଇ ରହିବ ବୋଲି ଜଣାପଡ଼ୁନି। ଚାରିଆଡେ଼ ଅସନ୍ତୋଷର ନିଆଁ ମାଡ଼ିଯାଉଛି।
ଦେଖାଯାଉ, କ୍ରାଇସିସ ମ୍ୟାନେଜର ବବି ଦାସ କେଉଁ ଦମକଳ ବାହିନୀକୁ କାମରେ ଲଗାଉଛନ୍ତି?