ଖୁବ୍ ଶୀଘ୍ର ଆସିବ ଦୀପିକା-ରଣବୀର୍ କପୁର୍ ଯୋଡ଼ି

ସମୟ ଥିଲା ଯେତେବେଳେ ବି ଟାଉନ୍ରେ ଦୀପିକା ଓ ରଣବୀର୍ କପୁରଙ୍କ ଅନସ୍କ୍ରୀନ୍ ଓ ଅଫସ୍କ୍ରିନ୍ କେମେଷ୍ଟ୍ରୀ ସିନେପ୍ରେମୀଙ୍କୁ ଏକ ରକମ କିମିଆ କରି ରଖିଥିଲା । ଏହି ଯୋଡ଼ିଙ୍କ ବ୍ରେକଅପ୍ ଖବର ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଦର୍ଶକ ଏହି ଯୋଡ଼ିକୁ ପରଦା ଉପରେ ଏକାଠି ଦେଖିବାକୁ ଅପେକ୍ଷା କରି ବସିଛନ୍ତି । ଏବେ ଦର୍ଶକଙ୍କର ସେହି ଅପେକ୍ଷାର ଅନ୍ତ ଘଟିଛି । କାରଣ ଖୁବ୍ ଶୀଘ୍ର ଦୀପିକା ଓ ରଣବୀର୍ କପୁର୍ ଯୋଡ଼ି ବଲିଉଡ୍ର ଆଗାମୀ ଫିଲ୍ମରେ ପରଦା ଉପରକୁ ଆସିବ ବୋଲି ଖବର ମିଳିଛି । ନିର୍ଦ୍ଦେଶକ ଲଭ୍ ରଞ୍ଜନ ତାଙ୍କର ଆଗାମୀ ଫିଲ୍ମର ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକା ପାଇଁ ଦୀପିକା ଓ ରଣବୀରଙ୍କୁ ସାଇନ୍ କରାଯିବ ବୋଲି ସୂଚନା ମିଳିଛି । ଏଥିରେ ଅଜୟ ଦେବଗନ ମଧ୍ୟ ଅନ୍ୟ ଏକ ଗରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ୍ ମୁଭି ଭାବେ ଦର୍ଶକଙ୍କ ସାମନାକୁ ଆସିବ । ତେବେ ଫିଲ୍ମର କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ଆଜିକାଲି ଦୀପିକା ତାଙ୍କର ଆଗାମୀ ଫିଲ୍ମ ‘ଛପାକ୍’ର ସୁଟିଂରେ ବ୍ୟସ୍ତ ଥିବାବେଳେ ରଣବୀର୍ଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ୍ ଜୋର୍ସୋର୍ରେ ଚାଲିଛି ।

Leave a Reply

Your email address will not be published. Required fields are marked *