ବିଜେଡି ଛାଡ଼ିଲେ ନୀଲୁ ଷଡ଼ଙ୍ଗୀ ଓ ମୋହନ ଜେନା, ବିଜେପି ଯିବା ସମ୍ଭାବନା

ଭୁବନେଶ୍ଵର, (ଓଟି): ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା ପୁରୀର ପ୍ରମୁଖ ବିଜେଡି ସଂଗଠକ ଜୟନ୍ତ( ନୀଲୁ) ଷଡ଼ଙ୍ଗୀ ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ଜିଲ୍ଲା ସଭାପତିଙ୍କ ଉପରେ ଖପ୍ପା ହୋଇ ଦଳ ଛାଡ଼ିଥିବା କହିଛନ୍ତି।

ଠିକ୍‌ ସେହିପରି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପାର୍ଟି ସଭାପତିଙ୍କ ନିକଟକୁ ପଠାଇଥିବା କହିଛନ୍ତି। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ କହିଛନ୍ତି। ଅଲୋଡ଼ା ହୋଇ ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି।

ବିଜେଡିରେ ଅଲୋଡ଼ା ପଡ଼ୁଥିବା ନେତାଙ୍କୁ ଏବେ ବିଜେପି କବାଟ ଖୋଲି ସ୍ଵାଗତ କରିବାରେ ଲାଗିଛି। ନିକଟ ଅତୀତରେ ଏମିତି ଅନେକ ଉଦାହରଣ ସୃଷ୍ଟି ହୋଇଛି। ଆଗକୁ ଜୟନ୍ତ ଏବଂ ମୋହନଙ୍କ ବିଜେପିରେ ସମ୍ମିଶ୍ରଣ ଆଶା ରହିଛି। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ଏହା ଘୋଷଣା ହୋଇପାରେ।

ଜୟନ୍ତ ହେବେ ବିଧାୟକ ଓ ମୋହନ ହେବେ ସାଂସଦ ପ୍ରାର୍ଥୀ

ଏହି ଦୁଇ ନେତାଙ୍କ ବିଜେଡିକୁ ଆସିବା ଅନେକ ଦିନ ହେଲା ଚାଲିଥିଲା। କିନ୍ତୁ ସେମାନଙ୍କ ଆଶାକୁ ସବୁଜ ସଙ୍କେତ ମିଳୁ ନଥିଲା। ଏ ଭିତରେ ଦୁଇ ନେତାଙ୍କ ପାଇଁ କବାଟ ଖୋଲିଛି। ଜୟନ୍ତ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପାଇଁ ବିଜେପି ଟିକେଟ୍‌ରୁ ଲଢ଼ିବେ। ଯଦିଓ ବିଜେଡି ବିଧାୟକ ମହେଶ୍ଵରଙ୍କ ନାଁକୁ ପୁଣିଥରେ ଘୋଷଣା କରି ନାହିଁ କିନ୍ତୁ ତାହା ପ୍ରାୟ ପକ୍କା ଥିବାରୁ ଜୟନ୍ତ ଷଡ଼ଙ୍ଗୀ ଏଥିରେ ଖପ୍ପା ହୋଇ ଦଳ ଛାଡ଼ିଥିବା ସୂଚନା ମିଳିଛି।

ବିଜେପି ଏହା ମଧ୍ୟରେ ୧୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁ ୫ଟି ଆସନରୁ ପ୍ରାର୍ଥୀ ଘୋଷଣା ହୋଇ ନାହିଁ ସେଡାରେ ଦଳର ନିଜ ନେତାଙ୍କ ଉପରେ ଭରସା ପାଉ ନାହିଁ। ଏଣୁ ଜିତିବା କ୍ଷମତା ଥିବା ପ୍ରାର୍ଥୀଙ୍କୁ ପାର୍ଟି ଖୋଜୁଛି। ଏହିକ୍ରମରେ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋହନ ଜେନା ଜଣେ ଉଚିତ ବିକଳ୍ପ ବୋଲି ବିଚାର କରାଯାଇଥିବା ସୂଚନା ମିଳିଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published.