ସନତ କୁମାର ଗଡ଼ତିଆ ବିଜେପୁରରୁ ବିଜେପି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଅନୁସାରେ ପାର୍ଟି ଟିକେଟ୍‌ରେ ସନତ କୁମାର ଗଡ଼ତିଆ ନିର୍ବାଚନ ଲଢ଼ିବେ। ସେ ବିଜେଡି ପ୍ରାର୍ଥର ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ନବୀନଙ୍କ ନେତୃତ୍ଵ ବିରୋଧ କରି ତଥା ଅସନ୍ତୋଷ ହେତୁ ସେ ବିଜେପୁର ଉପନିର୍ବାଚନର କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିଲେ। ଧର୍ମେନ୍ଦ୍ରଙ୍କ ନେତୃତ୍ଵରେ ସେତେବେଳେ ବିଜେପିରେ ଯୋଗ ଦେଇଥିବା ଗଡ଼ତିଆଙ୍କୁ ଆଜି ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପାର୍ଟି ସଭାପତିଙ୍କ ବିରୋଧରେ ପ୍ରାର୍ଥୀ ହେବା ସୁଯୋଗ ମିଳିଛି।

ଶ୍ରୀ ପଟ୍ଟନାୟକ ସୋମବାରଦିନ ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ଯାଇ ସେ ନିଜର ସତ୍ୟପାଠ ଓ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ।

ରାଜ୍ୟ କଂଗ୍ରେସ ପକ୍ଷରୁ ନବୀନଙ୍କ ବିରୋଧରେ ରିପୁନାଥ ସେଠ୍‌ଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସର ଗଡ଼ ଭାବେ ପରିଚିତ ବିଜେପୁରର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା। ଉପ ନିର୍ବାଚନରେ ରୀତା ବିଜୟୀ ହୋଇଥିଲେ। ଏବେ ନବୀନ ସେଠାରୁ ଦ୍ଵିତୀୟ ପ୍ରାର୍ଥୀ ପତ୍ର ଦାଖଲ କରି ବିଜେଡିର ବିଜୟକୁ ପଶ୍ଚିମାଞ୍ଚଳରେ କାଏମ ରଖିବାକୁ ଚାହିଁଛନ୍ତି।

Leave a Reply

Your email address will not be published. Required fields are marked *