ଫୁଲବାଣୀରୁ ଅଙ୍ଗଦ କଅଁର ଏବଂ ବୀରମିତ୍ରପୁରରୁ ମାଖଲୁ ଏକ୍କା ବିଜେଡି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ଦୁଇଟି ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୀରମିତ୍ରପୁରରେ ବିଜେଡି ମାଖଲୁ ଏକ୍କାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାବେଳେ ଫଲବାଣୀ ବିଧାନସଭା ମଣ୍ଡଳୀରୁ ଅଙ୍ଗଦ କଅଁରଙ୍କୁ ପ୍ରାର୍ଥୀ କରିଛି।

ବୀରମିତ୍ରପୁର ସ୍ଵପ୍ନ

ବୀରମିତ୍ରପୁରରୁ ବିଜେଡି କେବେ ନିର୍ବାଚନ ଜିତି ନାହିଁ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିଜେଡି ପ୍ରବେଶ କରିଥିଲେ ମଧ୍ୟ ଏଠାରେ ତାହା ସ୍ଵପ୍ନ ହୋଇ ରହିଛି। ଶେଷଥର ପାଇଁ ଜନତା ଦଳ ପ୍ରାର୍ଥୀ ଭାବେ ସତ୍ୟନାରାୟଣ ପ୍ରଧାନ ଏହି ଆସନରୁ ୧୯୯୦ରେ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହାରେ ଜର୍ଜ ତିର୍କୀ ସେହି ଦୁର୍ଗକୁ ଦଖଲ କଲେ। ଆଉ ସେହିଦିନଠାରୁ ଏଠାରେ ନିଜର ପରାକାଷ୍ଠା ବଜାୟ ରଖିଛନ୍ତି। ଏବେ ତାଙ୍କ କଂଗ୍ରେସରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି।

ଫୁଲବାଣୀ କଣ୍ଟା

୨୦୦୦ ମସିହାଠାରୁ ବିଜେଡି ଏଠାରେ କ୍ରମାଗତ ବିଜ୍ର ପାଇ ଆସୁଛି। ହେଲେ କୌଣସି ପ୍ରାର୍ଥୀଙ୍କ ଉପରେ ଦଳ ପୁଣିଥରେ ଭରସା କରି ପାରି ନାହିଁ। ଅର୍ଥତ୍‌ ଫୁଲବାଣୀ ବିଜେଡି ପାଇଁ ଫଉଲର ଶେଜ ନୁହେଁ, ବରଂ ଆସ୍ଥାବିରୋଧୀ ତତ୍ତ୍ଵରୂପୀ କଣ୍ଟା। ଆଉ ଏଇ କଣ୍ଟାକୁ କାଢ଼ିବା ପାଇଁ ବିଜେଡି ତାହାର ପାରମ୍ପରିକ ନିୟମକୁ ପାଳନ କରିଛି। ଏଥର ଅଙ୍ଗଦ କଅଁରଙ୍କୁ ପ୍ରାର୍ଥୀ କରି ପୁଣିଥରେ ଆଦିବାସୀ ଓ କୁଇ ସମ୍ପ୍ରଦାୟ ଭିତରେ ଥିବା ବିରୋଧର ଫାଇଦା ନେବାକୁ ଚେଷ୍ଟା କରିଛି।

ସୌମ୍ୟ ବି ଖୋଜୁଛନ୍ତି ବିଜେଡି ଟିକେଟ୍‌

Leave a Reply

Your email address will not be published. Required fields are marked *