ବାଙ୍ଗାଲୋରରେ ରେଳ ଆଧୁନିକିକରଣ କାର୍ଯ୍ୟ: ଗରିବ ରଥ ଓ ପ୍ରଶାନ୍ତି ବାତିଲ

ଭୁବନେଶ୍ଵର, (ଓଟି): ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ଓ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି। ଏହା ସହ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ନଅ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଗରିବ ରଥ ବାତିଲ୍‌ ନୋଟିସ୍‌

ପୁରୀଠାରୁ ଛାଡିବାକୁ ଥିବା ୨୨୮୮୩ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୯ ତାରିଖ ରେ ଏବଂ ଯଶୋବନ୍ତପୁର ଠାରୁ ଛାଡିବାକୁ ଥିବା ୨୨୮୮୪ ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୩୦ ତାରିଖରେ ବାତିଲ ରହିବ।

ପ୍ରଶାନ୍ତି ସମ୍ପର୍କିତ ବିବରଣୀ

ସେହିପରି ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମାର୍ଚ୍ଚ ମାସ ୨୭ ତାରିଖରୁ ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର ଠାରୁ ମାର୍ଚ୍ଚ ମାସ ୨୮ ତାରିଖରୁ ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ.ଏସ.ପି.ଏନ) ମଧ୍ୟରେ ଚଳାଚଳ କରିବ ଏବଂ ଏସ.ଏସ.ପି.ଏନ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ I

ଏହି ଟ୍ରେନ ପାଇଁ ସଂରକ୍ଷଣ ଟିକେଟ କରିଥିବା ଯାତ୍ରୀମାନଙ୍କୁ ପୃଥକ ପୃଥକ ଭାବେ ମୋବାଇଲ ଫୋନ ଏସ.ଏମ.ଏସ. ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଅଛି I ଏଥିପାଇଁ ବାତିଲ ହୋଇଥିବା ଟ୍ରେନ ର ସଂରକ୍ଷିତ ଟିକେଟ ବାବଦରେ ସମସ୍ତ ପାଉଣା ଫେରସ୍ତ କରାଯିବ ବୋଲି କୁହାଯାଇଅଛି I

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ହିଞ୍ଜିଳି: ନବୀନଙ୍କ ବିରୋଧରେ ପୀତାମ୍ବର ହେବେ ବିଜେପି ପ୍ରାର୍ଥୀ

Leave a Reply

Your email address will not be published. Required fields are marked *