କଂଗ୍ରେସର ଗରିବୀ କାର୍ଡ : ଗରିବ ପରିବାରକୁ ୭୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବି କାର୍ଡ଼ ଖେଳିଛନ୍ତି। ଦେଶର ୨୫ କୋଟି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ ୭୨ ହଜାର ଟଙ୍କା ଦେବ ବୋଲି କହିଛନ୍ତି ରାହୁଲ। କଂଗ୍ରେସ ସରକାର ଗଠନ ହେଲେ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ପ୍ରତ୍ୟେକ ବର୍ଷ ୭୨ ହଜାର ଟଙ୍କା ଦିଆଯିବ। ନିଜର ଜେଜେ ମା ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ ନାରା ଆଧାରରେ ରାହୁଲ ଦେଶରୁ ଗରିବୀ ହଟାଇବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସର୍ବନିମ୍ନ ଆୟର ଏହି ଯୋଜନାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ଏବଂ ଗରିବୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଏହି ଟଙ୍କା ଯିବ।

କଂଗ୍ରେସର ଏହି ଯୋଜନାକୁ ମନେରଗା ପାର୍ଟ-୨ କୁହାଯାଉଛି। ଯେଉଁ ପରିବାରର ମାସିକ ଆୟ ୧୨ ହଜାରରୁ କମ ସେହି ପରିବାରର ବ୍ୟାଙ୍କ ଖାତାକୁ ୭୨ ହଜାର ଟଙ୍କା ଯିବ। ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହି ଯୋଜନାର ଫାଇଦା ସିଧା ମିଳିବ ବୋଲି କହିଛନ୍ତି ରାହୁଲ।ସର୍ବନିମ୍ନ ଆୟ ଯୋଜନା ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। କଂଗ୍ରେସ ଏହି ଯୋଜନାର ନାମ ରଖିଛି ‘NYAY’ । ତେବେ ଏବେ ଦେଖିବା ପାଇଁ ବାକି ରହିଲା ରାହୁଲ ଗାନ୍ଧୀ ଏହି ଯୋଜନା ଆଳରେ ଲୋକଙ୍କୁ ଆକର୍ଷିତ କରିପାରୁଛନ୍ତି ନା ନାହିଁ।

କଂଗ୍ରେସ କୃଷକଙ୍କୁ ଋଣ ଛାଡ଼ ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିବାରେ ସଫଳ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ଗୋଟିଚାଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଦେଶରେ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାହୁଲ ଗାନ୍ଧୀ। ଗରିବଙ୍କ ଜମାଖାତାରେ ଏହି ଟଙ୍କା ସିଧାସଳଖ ଜମା କରାଯିବ ବୋଲି ରାହୁଲ କହିଛନ୍ତି।

ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି, ୫ବର୍ଷରେ ଜନତା ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଗାମୀ ୫ ବର୍ଷରେ ଗରିବଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ନିର୍ଣ୍ଣୟ ନେଇଛି। ଗରିବ ପରିବାରଙ୍କୁ ପ୍ରତି ବର୍ଷ ୭୨ହଜାର ଟଙ୍କା ମିଳିବ। ପ୍ରତ୍ୟେକ ଜାତି, ଧର୍ମର ଗରିବଙ୍କୁ ଫାଇଦା ହେବ। ଏହି ଯୋଜନା ଜରିଆରେ ପ୍ରତ୍ୟେକ ଗରିବଙ୍କ ସର୍ବନିମ୍ନ ଆୟକୁ ୧୨ହଜାର ଟଙ୍କା ସୁନିଶ୍ଚିତ କରାଯିବ। ଯଦି ଏଥିରୁ କିଛି ଟଙ୍କା କମ୍ ହୁଏ ତେବେ ସେହି ଅର୍ଥ ସରକାର ଦେବେ।ତେବେ ଏହି ଯୋଜନା ଦ୍ୱାରା ଦେଶର ୫ କୋଟି ପରିବାର ଓ ୨୫ କୋଟି ଲୋକଙ୍କୁ ଏହାର ସିଧା ଫାଇଦା ମିଳିବ।

ପଢ଼ନ୍ତୁ ଅନ୍ୟ ଖବର:

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିକୁ ବିଜେପୁର ସଙ୍କଟ, ନବୀନଙ୍କ ବିରୋଧରେ ଲଢ଼ିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ

ହିଞ୍ଜିଳି: ନବୀନଙ୍କ ବିରୋଧରେ ପୀତାମ୍ବର ହେବେ ବିଜେପି ପ୍ରାର୍ଥୀ

Leave a Reply

Your email address will not be published. Required fields are marked *